ଓଡିଶା

odisha

By

Published : Mar 12, 2022, 8:31 AM IST

ETV Bharat / business

EPF Rate: ୨୦୨୧-୨୨ ବର୍ଷ ପାଇଁ ଆଜି ସୁଧହାର ଘୋଷଣା କରିବ CBT

2021-22 ଆର୍ଥିକ ବର୍ଷ ପାଇଁ ଇପିଏଫ(EPF) ଜମା ଉପରେ ଆଜି ସୁଧହାର ଘୋଷଣା ହେବ । ସୁଧହାର ସ୍ଥିର ରହିବା ନେଇ ସମ୍ଭାବନା । ଅଧିକ ପଢନ୍ତୁ

EPF Rate: ୨୦୨୧-୨୨ ବର୍ଷ ପାଇଁ ଆଜି ସୁଧହାର ଘୋଷଣା କରିବ CBT
EPF Rate: ୨୦୨୧-୨୨ ବର୍ଷ ପାଇଁ ଆଜି ସୁଧହାର ଘୋଷଣା କରିବ CBT

ନୂଆଦିଲ୍ଲୀ: 2021-22 ଆର୍ଥିକ ବର୍ଷ ପାଇଁ ଇପିଏଫ୍(EPF) ଜମା ଉପରେ ଆଜି ସୁଧହାର ଘୋଷଣା କରାଯିବ । ସିବିଟି(CBT) ଅଧ୍ୟକ୍ଷ ତଥା କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି । ଶୁକ୍ରବାର ଠାରୁ ରାଜସ୍ଥାନୀର ଗୌହାଟ୍ଟୀରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(EPFO)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ(Central Board of Trustees)ଚାଲିଛି । ବୈଠକର ଦ୍ବିତୀୟ ଦିନ ଅର୍ଥାତ୍ ଆଜି(ଶନିବାର) ଇପିଏଫ୍ ସୁଧହାର ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଶ୍ରମମନ୍ତ୍ରୀ ଟ୍ବିଟ୍ ଯୋଗେ କହିଛନ୍ତି, ଗତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ପରେ ଏଚଆର(HR), ଆଇଟି(IT), କଭରେଜ୍ ଏବଂ ପେନସନ ସଂଶୋଧନକୁ ନେଇ ଗଠିତ ୪ଟି କମିଟି ସାମୂହିକ ଭାବେ ୧୮ ଥର ସାକ୍ଷାତ କରିଛନ୍ତି ଏବଂ ସୁଧହାର ଉପରେ କିଛି ମହତ୍ତ୍ବପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ସୁଧହାର ୮.୫୦ ପ୍ରତିଶତ ଥିଲା । ୨୦୨୧-୨୨ ବିତ୍ତ ବର୍ଷ ପାଇଁ ମଧ୍ୟ ରେଟ୍ ହ୍ରାସ ହେବାର ନଚେତ୍ ୮.୫ ପ୍ରତିଶତ ରହିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details