ଓଡିଶା

odisha

By

Published : Sep 21, 2021, 10:06 AM IST

ETV Bharat / business

ଜୁଲାଇରେ EPFO ସହ ଯୋଡି ହେଲେ 14.65 ଲକ୍ଷ ସଦସ୍ୟ

ଜୁଲାଇରେ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ସହ ଯୋଡି ହେଲେ ୧୪.୬୫ ଲକ୍ଷ ନୂଆ ସଦସ୍ୟ । EPFO ଦ୍ବାରା ଜାରି provisional payroll ତଥ୍ୟରୁ ସ୍ପଷ୍ଟ । ଅଧିକ ପଢନ୍ତୁ...

ଜୁଲାଇରେ EPFO ସହ ଯୋଡି ହେଲେ 14.65 ଲକ୍ଷ ସଦସ୍ୟ
ଜୁଲାଇରେ EPFO ସହ ଯୋଡି ହେଲେ 14.65 ଲକ୍ଷ ସଦସ୍ୟ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ(EPFO) ସହ ଜୁଲାଇରେ ପ୍ରାୟ ୧୪.୬୫ ଲକ୍ଷ ନୂଆ ସଦସ୍ୟ(net subscribers) ଯୋଡି ହୋଇଛନ୍ତି । ଜୁନ ତୁଳନାରେ ଜୁଲାଇରେ ମୋଟ ୩୧.୨୮ ପ୍ରତିଶତ ଅଧିକ ସଦସ୍ୟ ବୃଦ୍ଧି ପାଇଛନ୍ତି । ଜୁନରେ EPFO ୧୧.୧୬ ଲକ୍ଷ ନୂଆ(net subscribers) ସଦସ୍ୟ ହାତେଇଥିଲା । EPFOର ଏହି ପରିସଂଖ୍ୟାନ ଦେଶର ସଙ୍ଗଠିତ କ୍ଷେତ୍ରରେ ରୋଜଗାରର ସ୍ଥିତି ଦର୍ଶାଇ ଥାଏ ।

ସୋମବାର EPFO ଦ୍ବାରା ଜାରି provisional payroll ତଥ୍ୟ ଅନୁଯାୟୀ, ୨୦୨୧ ଜୁଲାଇରେ ୧୪.୬୫ ଲକ୍ଷ ନୂଆ ସଦସ୍ୟ EPFO ସହ ଯୋଡି ହୋଇଛନ୍ତି । ଜୁନ ମାସରେ ନୂଆ ନାମାଙ୍କନ ପରିସଂଖ୍ୟାନରେ ସଂଶୋଧନ କରାଯାଇ ସଦସ୍ୟଙ୍କ ସଂଖ୍ୟା ୧୧.୧୬ ଲକ୍ଷ କରିଦିଆଯାଇଥିଲା । ଏହାପୂର୍ବରୁ EPFOରେ ୧୨.୮୩ ଲକ୍ଷ ସଦସ୍ୟ ରହିଥିବା ନେଇ ଅନୁମାନ ଲଗାଯାଇଥିଲା ।

ତଥ୍ୟ ଅନୁଯାୟୀ, ଏପ୍ରିଲରେ EPFO ପ୍ରାୟ ୮.୯ ଲକ୍ଷ ଏବଂ ମେ ମାସରେ ୬.୫୭ ଲକ୍ଷ ନୂଆ ସଦସ୍ୟ ସୃଷ୍ଟି କରିପାରିଥିଲା । ଏହାର କାରଣ କୋଭିଡ-୧୯ ଦ୍ବିତୀୟ ଲହର ଏପ୍ରିଲ ମଧ୍ୟଭାଗରୁ ନିଜର ପ୍ରଭାବ ବିସ୍ତାର କରିଥିଲା । ଫଳରେ ଅନେକ ରାଜ୍ୟ ଲକଡାଉନ ଘୋଷଣା କରିଥିଲେ ଏବଂ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିଲା ।

୧୪.୬୫ ଲକ୍ଷ ନୂଆ ସଦସ୍ୟଙ୍କ ମଧ୍ୟରୁ ପାଖାପାଖି ୯.୦୨ ଲକ୍ଷ ସଦସ୍ୟ ପ୍ରଥମ ଥର EPFOର ସାମାଜିକ ସୁରକ୍ଷା ପରିସରରେ ଯୋଡି ହୋଇଛନ୍ତି । ଏହି ସମୟରେ ୫.୬୩ ଲକ୍ଷ ସଦସ୍ୟ (net subscribers) ଏଥିରୁ ବାହାରିଥିଲେ ଏବଂ ପୁଣି ଏଥିରେ ସାମିଲ ହୋଇଥିଲେ । ଯେଉଁଥିରୁ ଜଣାପଡୁଛି କି ଅଧିକାଂଶ ସଦସ୍ୟ EPFO ସହ ନିଜ ସଦସ୍ୟତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ ଜୁଲାଇରେ ପ୍ରଥମ ଥର EPFOରେ ସାମିଲ ହେଉଥିବା ସଦସ୍ୟଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ EPFOରେ ପୁନର୍ବାର ଯୋଡି ହେଉଥିବା ଲୋକଙ୍କ ସଂଖ୍ୟା ୯ ପ୍ରତିଶତ ଅଧିକ ରହିଛି । ସେହିପରି EPFOରୁ ବାହାରୁ ଥିବା ଲୋକଙ୍କ ସଂଖ୍ୟାରେ ୩୬.୮୪ ହ୍ରାସ ଘଟିଛି । ତେଣୁ ସ୍ପଷ୍ଟ ଯେ, ପ୍ରଥମ ଥର ଚାକିରୀ କରୁଥିବା ବ୍ୟକ୍ତି ବହୁସଂଖ୍ୟାରେ EPFO କ୍ଷେତ୍ର ସହ ଯୋଡି ହେଉଛନ୍ତି । ସେହିପରି ଏହି କ୍ଷେତ୍ରରେ ମହାରାଷ୍ଟ୍ର, ହରିୟାଣା, ଗୁଜୁରାଟ, ତାମିଲନାଡୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟଗୁଡିକର ପ୍ରତିଷ୍ଠାତା ଆଗରେ ରହିଥିବା ଜଣାପଡିଛି ।

@PTI

ABOUT THE AUTHOR

...view details