ଓଡିଶା

odisha

ETV Bharat / business

EPF ନିୟମରେ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ - କର୍ମଚାରୀ ଭବିଷ୍ୟନିଧି ପାଣ୍ଠି

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ନିୟମରେ ବଡ ପରିବର୍ତ୍ତନ । EPFରେ ୨.୫ ଲକ୍ଷରୁ ଅଧିକ ଯୋଗଦାନ ଥିବା ବ୍ୟକ୍ତିଙ୍କୁ ରଖିବାକୁ ହେବ ଦୁଇଟି ଭିନ୍ନ PF ଆକାଉଣ୍ଟ । ଅଧିକ ପଢନ୍ତୁ...

EPF ନିୟମରେ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ
EPF ନିୟମରେ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ

By

Published : Sep 5, 2021, 9:42 PM IST

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ନିୟମରେ ବଡ ପରିବର୍ତ୍ତନ । ଯଦି EPFରେ କୌଣସି ବ୍ୟକ୍ତିଙ୍କ ଯୋଗଦାନ ୨.୫ ଲକ୍ଷରୁ ଅଧିକ, ତେବେ ତାଙ୍କୁ ଚଳିତ ଆର୍ଥିକ ବର୍ଷ(୨୦୨୧-୨୨)ରୁ ଦୁଇଟି ଭିନ୍ନ ଭିନ୍ନ PF ଆକାଉଣ୍ଟ ରଖିବାକୁ ହେବ । କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(CBDT) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି ।

ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ବ୍ୟକ୍ତିଙ୍କ ନିକଟରେ ଥିବା PF ଆକାଉଣ୍ଟକୁ ଦୁଇଟି ଅଲଗା ଆକାଉଣ୍ଟରେ ବିଭକ୍ତ କରାଯିବ । PF ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ଉପରେ ମିଳିବାକୁ ଥିବା ସୁଧ ଉପରେ ଟ୍ୟାକ୍ସ ହିସାବ କରିବାକୁ ଏକ ଅଲଗା PF ଆକାଉଣ୍ଟ ଖୋଲାଯିବ ।

୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ବି ଅବଦାନ ଉପରେ କିଛି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ପରେ PF ଆକାଉଣ୍ଟରେ ମିଳିବାକୁ ଥିବା ସୁଧ ଟ୍ୟାକ୍ସ ପରିସରରେ ଆସିବ । ଯାହାର ହିସାବ ଅଲଗା ଭାବେ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କିତ ଘୋଷଣା କରିଛନ୍ତି ।

@IANS

ABOUT THE AUTHOR

...view details