ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ଚାଳିତ ଯାନ (ଇଲେକଟ୍ରିକ ଭେଇକଲ) କୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ପ୍ରୟାସ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବ୍ୟାଟେରୀ ଚାଳିତ ଯାନ (BOVs) ପାଇଁ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ଜାରି ସହ ଏହାର ନବୀକରଣ ଉପରେ ଶୁଳ୍କ ପ୍ରଦାନ ଛାଡ ପାଇଁ ପ୍ରସ୍ତାବ ଦେଇଛି ।
ମଙ୍ଗଳବାର ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି , ସାଧାରଣ ଜନତା ତଥା ସମସ୍ତ ହିତାଧିକାରୀଙ୍କୁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି ତାରିଖ ଠାରୁ 30 ଦିନ ମଧ୍ୟରେ ଠାରୁ ମନ୍ତବ୍ୟ ଲୋଡାଯାଇଛି ।