ନୂଆଦିଲ୍ଲୀ: ଏଣିକି ବିମାନରେ ଯେଉଁ ଯାତ୍ରୀ କୋଭିଡ-19 ଦିଶାନିର୍ଦ୍ଦେଶ ଅନୁସାରେ ସଠିକ ଭାବେ ମାସ୍କ ପିନ୍ଧିବେ ନାହିଁ କି ସାମାଜିକ ଦୂରତା ନିୟମ ଉଲଙ୍ଘନ କରିବେ, ସେମାନଙ୍କ ଉପରେ ଲାଗିବ ଜୋରିମାନା । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅମାନିଆ ଯାତ୍ରୀଙ୍କ ଉପରେ ତଣ୍ଡ କଷିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।
ଡିଜିସିଏ ମାର୍ଚ୍ଚ 13ରେ ବିମାନବନ୍ଦର ଓ ବିମାନ କମ୍ପାନୀଙ୍କୁ କହିଥିଲା କି, ଯାତ୍ରୀ ଯାତ୍ରା ସମୟରେ ପ୍ରତି ମୂହୁର୍ତ୍ତରେ ଯେପରି ମାସ୍କ ପିନ୍ଧିବେ ଓ ସାମାଜିତ ଦୂରତା ବଜାୟ ରଖିବେ ତାହା ସୁନିଶ୍ଚିତ କରାଯାଉ । ଆଉ ଯେଉଁମାନେ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିସିଏ ମଧ୍ୟ କହିଛି ।