ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ କାର୍ଯ୍ୟକାରୀ ନିର୍ଦ୍ଦେଶକ(executive directors) ହେଲେ ଅଜୟ କୁମାର ଚୌଧୁରୀ ଏବଂ ଦୀପକ କୁମାର । ଦୁହିଁଙ୍କୁ ED ଭାବେ ନିଯୁକ୍ତି ଦିଆଯିବା ନେଇ ମଙ୍ଗଳବାର ଆରବିଆଇ(RBI) ସୂଚନା ଦେଇଛି ।
RBI ବିବୃତ୍ତି ଅନୁଯାୟୀ, ଗତ ୩ ତାରିଖ ଦିନ ଅଜୟ କୁମାର ଓ ଦୀପକ କୁମାରଙ୍କୁ ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ଅଜୟ ଚୌଧୁରୀ କେନ୍ଦ୍ରୀୟ ବ୍ୟାଙ୍କ ନିରୀକ୍ଷଣ ବିଭାଗର ଚିଫ୍ ଜେନେରାଲ ମ୍ୟାନେଜର-ଇନ-ଚାର୍ଜ( Chief General Manager-in-Charge) ପଦରେ ଥିଲେ । ସେହିପରି ଇଡି ଭାବେ ନିଯୁକ୍ତ ପୂର୍ବରୁ ଦୀପକ ଆରବିଆଇ(RBI)ର ସୂଚନା ପ୍ରଯୁକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।