ଓଡିଶା

odisha

By

Published : Apr 15, 2021, 7:15 PM IST

ETV Bharat / business

କୋଭିଡ୍ ପାଇଁ କମିନାହିଁ ନିବେଶକଙ୍କ ଉତ୍ସାହ: ଆଇପିଓ-ବଣ୍ଡ-ମ୍ୟୁଚୁଆଲ ଫଣ୍ଡରେ ହୋଇଛି ରେକର୍ଡ ନିବେଶ

ନିବେଶକଙ୍କ ମନୋବଳ ପ୍ରଭାବିତ କରିପାରିନାହିଁ ମାରାତ୍ମକ ମହାମାରୀ । ପୂର୍ବ ଆର୍ଥିକ ବର୍ଷ ତୁଳନାରେ କୋଭିଡ କାଳରେ ଭାରତୀୟ ନିବେଶକ ଉଭୟ ପବ୍ଲିକ୍ ଏବଂ ରାଇଟସ ଇସ୍ୟୁରେ ଅଧିକ ପରିମାଣରେ ନିବେଶ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତ ବୁଧବାର ଦିନ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି । ଅଧିକ ପଢନ୍ତୁ..

କୋଭିଡ୍ ଯୋଗୁଁ କମିନାହିଁ ନିବେଶକଙ୍କ ଉତ୍ସାହ
କୋଭିଡ୍ ଯୋଗୁଁ କମିନାହିଁ ନିବେଶକଙ୍କ ଉତ୍ସାହ

ସାରା ଦୁନିଆରେ ସଂକ୍ରମିତ କୋଭିଡ୍-19 ମହାମାରୀରେ ବିଶ୍ବବ୍ୟାପୀ ପାଖାପାଖି 30 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଲାଣି, ହେଲେ ଏହା ଭାରତୀୟ ନିବେଶକାରୀଙ୍କ ମନୋଭାବ ଦୁର୍ବଳ କରିପାରି ନାହିଁ । ପୂର୍ବ ଆର୍ଥିକ ବର୍ଷ ତୁଳନାରେ କୋଭିଡ କାଳରେ ଭାରତୀୟ ନିବେଶକ ଉଭୟ ପବ୍ଲିକ୍ ଏବଂ ରାଇଟସ ଇସ୍ୟୁରେ ଅଧିକ ପରିମାଣରେ ନିବେଶ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତ ବୁଧବାର ଦିନ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି ।

ଆଇପିଓ ଏବଂ ଏଫପିଓ ସମେତ ପବ୍ଲିକ ଅଫର ଜରିଆରେ ଯାହା ପାଣ୍ଠି ସଂଗ୍ରହ ହୋଇଛି ତାହା ଗତ ଆର୍ଥିକ ବର୍ଷ ତୁଳନାରେ ଦୁଇଗୁଣରୁ ଅଧିକ । ମହାମାରୀ ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡିଥିବା ସତ୍ତ୍ବେ ୟୁନିକ୍ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ସଂଖ୍ୟାରେ ମଧ୍ୟ 10 ପ୍ରତିଶତ ବୃଦ୍ଧି ଘଟିଛି ।

ଗତ ଆର୍ଥିକ ବର୍ଷରେ କମ୍ପାନିଗୁଡ଼ିକ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ସମେତ ପବ୍ଲିକ ଇସ୍ୟୁ ଜରିଆରେ 46 ହଜାର କୋଟି ଟଙ୍କା ଏବଂ ରାଇଟସ୍ ଇସ୍ୟୁ ଜରିଆରେ 64 ହଜାର କୋଟି ଟଙ୍କାରୁ ଅଧିକ ବଜାରରୁ ଉଠାଇଛନ୍ତି । ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଯଥାକ୍ରମେ ଏହି ଦୁଇଟି ଶ୍ରେଣୀରେ ବୃଦ୍ଧି ହାର ହେଉଛି ଯଥାକ୍ରମେ 115 ପ୍ରତିଶତ ଏବଂ 15 ପ୍ରତିଶତ ।

2019-20 ଆର୍ଥିକ ବର୍ଷରେ କମ୍ପାନିଗୁଡ଼ିକ ପବ୍ଲିକ ଇସ୍ୟୁ ଜରିଆରେ କେବଳ 21 ହଜାର 382 କୋଟି ଏବଂ ରାଇଟସ୍ ଇସ୍ୟୁ ଜରିଆରେ 55 ହଜାର 670 କୋଟି ଟଙ୍କା ଉଠାଇ ପାରିଥିଲେ ।

ଆଇପିଓ, ଏଫପିଓ, ରାଇଟସ ଇସ୍ୟୁ

ଅର୍ଥ ମନ୍ତ୍ରାଳୟ ଦ୍ବାରା ଏକାଠି କରାଯାଇଥିବା ତଥ୍ୟର ସମୀକ୍ଷାରୁ ଜଣାପଡ଼ିଛି ଯେ, 2019-20 ଆର୍ଥକ ବର୍ଷରେ କମ୍ପାନିଗୁଡ଼ିକ ପବ୍ଲିକ ଇସ୍ୟୁ ଜରିଆରେ 21,382.35 କୋଟି ଉଠାଇଛନ୍ତି, ଏହା ମଧ୍ୟରୁ 60ଟି ଆଇପିଓ ଜରିଆରେ 21,345.11 କୋଟି ଏବଂ ପରବର୍ତ୍ତୀ ସମୟରେ ଦୁଇଟି ଫଲୋଅନ୍ ପବ୍ଲିକ୍ ଅଫରିଙ୍ଗ (ଏଫପିଓ) ଜରିଆରେ 37.24 କୋଟି ଟଙ୍କା ଉଠାଇଛନ୍ତି ।

ହେଲେ ଆର୍ଥିକ ବର୍ଷ 2020-21ରେ କମ୍ପାନିଗୁଡ଼ିକ ଉଠାଇଛନ୍ତି 46,029.71 କୋଟି ଟଙ୍କା । ଏହାମଧ୍ୟରୁ 31,029.71 କୋଟି ଟଙ୍କା 55ଟି ଆଇପିଓ ଏବଂ 15 ହଜାର କୋଟି ଟଙ୍କା ଏଫପିଓ ଜରିଆରେ ଉଠାଇଛନ୍ତି ।

2019-20 ଆର୍ଥିକ ବର୍ଷରେ କମ୍ପାନିଗୁଡ଼ିକ 17ଟି ରାଇଟସ ଇସ୍ୟୁରେ 55,669.79 କୋଟି ଟଙ୍କା ଉଠାଇଥିବା ବେଳେ 2020-21ରେ ଏହି ପରିମାଣ 21ଟି ରାଇଟସ ଇସ୍ୟୁ ଜରିଆରେ ପହଞ୍ଚିଥିଲା 64,058.61 କୋଟି ଟଙ୍କାରେ, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ 15 ପ୍ରତିଶତ ଅଧିକ ।

ମୋଟ ଉପରେ କମ୍ପାନିଗୁଡ଼ିକ ଗତ ଆର୍ଥିକ ବର୍ଷରେ 55ଟି ଆଇପିଓ, ଗୋଟିଏ ଏଫପିଓ ଏବଂ 21ଟି ରାଇଟସ ଇସ୍ୟୁ ଜରିଆରେ 1,10,088.32 କୋଟି ଟଙ୍କା ସଂଗ୍ରହ କରିଛନ୍ତି, ଯାହାକି ପୂର୍ବ ଆର୍ଥକ ବର୍ଷ ହିସାବର 43 ପ୍ରତିଶତରୁ ଅଧିକ ଅର୍ଥାତ୍ ଗତବର୍ଷ ତୁଳନାରେ 33,036 କୋଟି ଟଙ୍କା ଅଧିକ । 2019-20 ଆର୍ଥିକ ବର୍ଷରେ କମ୍ପାନିଗୁଡ଼ିକ 60ଟି ଆଇପିଓ, 2ଟି ଏଫପିଓ ଏବଂ 17ଟି ରାଇଟସ ଇସ୍ୟୁ ଜରିଆରେ 77,052 କୋଟି ଟଙ୍କା ସଂଗ୍ରହ କରିଥିଲେ ।

କର୍ପୋରେଟ ବଣ୍ଡରେ ବଢିଛି ନିବେଶ

ବଣ୍ଡ ବଜାରରେ ବି ପୁଞ୍ଜିନିବେଶରେ ପୂର୍ବାପେକ୍ଷା ବୃଦ୍ଧି ଘଟିଛି । ଗତ ଆର୍ଥିକ ବର୍ଷରେ କମ୍ପାନିଗୁଡିକ 2,000ରୁ ଅଧିକ କର୍ପୋରେଟ ବଣ୍ଡ ଇସ୍ୟୁ କରି 7.82 ଲକ୍ଷ କୋଟିରୁ ଅଧିକ ଟଙ୍କାର ବିପୁଳ ପରିମାଣର ପୁଞ୍ଜି ଉଠାଇ ପାରିଛନ୍ତି । ଏହା 2019-20 ଆର୍ଥିକ ବର୍ଷର 1821 କର୍ପୋରେଟ ବଣ୍ଡ ଜରିଆରେ ଉଠାଇଥିବା 6.90 ଲକ୍ଷ କୋଟି ଟଙ୍କାଠାରୁ 13.5 ପ୍ରତିଶତ ଅଧିକ ।

ମ୍ୟୁଚୁଆଲ ଫଣ୍ଡସ ବଜାରରେ ବୃଦ୍ଧି

ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ମଧ୍ୟ ନିବେଶକ ଆଶାନୁରୂପକ ସମାନ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ୟୁନିକ୍ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ସଂଖ୍ୟା 10 ପ୍ରତିଶତ ଯାଏଁ ବଢିଛି । ଗତବର୍ଷ ମାର୍ଚ୍ଚ 31ରେ ଏହି ସଂଖ୍ୟା 2.08 କୋଟି ଥିବା ବେଳେ ଏବର୍ଷ ମାର୍ଚ୍ଚ 31ରେ ଏହା 2.28 କୋଟିରେ ପହଞ୍ଚିଛି । ମହାମାରୀ ଭଳି ଏକ ଅପ୍ରତ୍ୟାଶିତ ଧକ୍କା ଲାଗିଥିବା ଭିତରେ ବି ଭାରତୀୟ ପୁଞ୍ଜି ବଜାର ତାହାର ସ୍ଥିରତା ଦେଖାଇ ଆସିଛି ବୋଲି ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି ।

ସଦ୍ୟତମ ତଥ୍ୟକୁ ଉଲ୍ଲେଖ କରି ମନ୍ତ୍ରାଳୟ କହିଛି ଯେ, ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରିଜର ଆସେଟସ ଅଣ୍ଡର ମ୍ୟାନେଜମେଣ୍ଟ (ଏୟୁଏମ୍) ପରିମାଣ ମାର୍ଚ୍ଚ 2020ରେ 22.46 ଲକ୍ଷ କୋଟି ଟଙ୍କା ଥିଲା, ଯାହାକି 41 ପ୍ରତିଶତ ବୃଦ୍ଧି ପାଇ ମାର୍ଚ୍ଚ 2021ରେ 31.43 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମ୍ୟୁଚୁଆଲ ଫଣ୍ଡର ପ୍ରବେଶ ଏବେ ଛୋଟ ଛୋଟ ସହରକୁ ବଢିଛି । ପ୍ରମୁଖ 30ଟି ସହର ତଳେ ରହିଥିବା ସହରଗୁଡ଼ିକରେ ଆସେଟ୍ ଅଣ୍ଡଣର ମ୍ୟାନେଜମେଣ୍ଟ (ଏୟୁଏମ୍) ମାର୍ଟ୍ଟ 2020ରେ 3.48 ଲକ୍ଷ କୋଟି ଟଙ୍କା ଥିବା ବେଳେ ମାର୍ଟ୍ଟ 2021ରେ ଏହା 54 ପ୍ରତିଶତ ବୃଦ୍ଧି ପାଇ 5.35 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଏସବୁ ସହରରୁ ଆସୁଥିବା ଏୟୁଏମ୍ ପରିମାଣ ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରିର ମୋଟ ଆସେଟସ ଅଣ୍ଡର ମ୍ୟାନେଜମେଣ୍ଟର 17 ପ୍ରତିଶତରୁ ଅଧିକ । ବିଭିନ୍ନ ବର୍ଗରେ 1735 ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ରହିଛି ।

କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ

ABOUT THE AUTHOR

...view details