ଓଡିଶା

odisha

ETV Bharat / business

ଦୀପକ କୋଚ୍ଚରଙ୍କ ଜାମିନ ଖାରଜ - money laundering case

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମିଳିବନି ଜାମିନ । ମଙ୍ଗଳବାର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଅଧିକ ପଢନ୍ତୁ..

ଦୀପକ କୋଚ୍ଚରଙ୍କୁ ଜାମିନ ଖାରଜ
ଦୀପକ କୋଚ୍ଚରଙ୍କୁ ଜାମିନ ଖାରଜ

By

Published : Dec 1, 2020, 7:26 PM IST

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମିଳିବନି ଜାମିନ । ମଙ୍ଗଳବାର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମଏଲଏ) ଅଧିନରେ ସେପ୍ଟେମ୍ବର ମାସରେ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଗତବର୍ଷ ଚନ୍ଦା ଓ ଦୀପକ ଏବଂ ଭିଡିଓକନ ଗ୍ରୁପର ପ୍ରମୁଖ ବେଣୁଗୋପାଳ ଧୂତଙ୍କ ନାଁରେ ଇଡି ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା । ତେବେ ନୂଆ ପ୍ରମାଣପତ୍ରକୁ ଭିତ୍ତି କରି ଇଡି ପକ୍ଷରୁ ଜେରା କରାଯାଇ ଦୀପକଙ୍କୁ ଗିରଫ କରାଯାଇଥିଲା ।

ସ୍ବତନ୍ତ୍ର ପିଏମଏଲଏ ଜଜ ପି ପି ରାଜବୈଦ୍ୟ ଦୀପକ କୋଚ୍ଚରଙ୍କ ରେଗୁଆର ଜାମିନ ଆବେଦନକୁ ରିଜେକ୍ଟ କରିଦେଇଛନ୍ତି ।

ବେଆଇନ ଭାବେ ଭିଡିଓକନ ଗ୍ରୁପକୁ 1875 କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କରୁ ମଞ୍ଜୁରୀ ହୋଇଥିବା ମାମଲାରେ ଇଡି ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀଙ୍କ ନାଁରେ ଋଣ ଜାଲିଆତି ଚାର୍ଜ ରୁଜୁ କରିଛି ।

ABOUT THE AUTHOR

...view details