ଓଡିଶା

odisha

By

Published : Jul 20, 2020, 4:41 PM IST

ETV Bharat / business

ଲୋକପ୍ରିୟ ହେଉଛି କୋରୋନା କବଚ ବୀମା ପଲିସି

କୋରୋନା ସଙ୍କଟ ମଧ୍ୟରେ ବୀମା କମ୍ପାନୀଙ୍କ ଦ୍ବାରା ବିକ୍ରି ହେଉଥିବା କୋରୋନା କବଚ ପଲିସିକୁ ଭଲ ପ୍ରତିକ୍ରିୟା ମିଳୁଛି । ବିଭିନ୍ନ ବର୍ଗର ଲୋକ ଏହାକୁ କିଣିବାକୁ ଇଚ୍ଛୁକ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

ଲୋକପ୍ରିୟ ହେଉଛି କୋରୋନା କବଚ ବୀମା ପଲିସି
ଲୋକପ୍ରିୟ ହେଉଛି କୋରୋନା କବଚ ବୀମା ପଲିସି

ନୂଆଦିଲ୍ଲୀ: କୋରୋନା କବଚ ସ୍ବାସ୍ଥ୍ୟ ବୀମା ପଲିସି ବଜାରକୁ ଆସିବା ସହ ବହୁତ ଲୋକପ୍ରିୟ ହୋଇଛି । କୋଭିଡ-19 ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପାଖାପାଖୀ ସମସ୍ତ ସାଧାରଣ ଓ ସ୍ବାସ୍ଥ୍ୟ ବୀମା କମ୍ପାନୀ ଏକ ପ୍ରଡକ୍ଟ ଜୁଲାଇ 10ରୁ ଆଣିବା ଆରମ୍ଭ କରିଛନ୍ତି ।

ଏହି ମହାମାରୀର ଚିକିତ୍ସା ପାଇଁ ଲୋକ ଯେପରି ଏକ ଯଥାର୍ଥ ହାରରେ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ପାଇପାରିବେ ତାହା ହେଉଛି ଏହାର ଉଦ୍ଦେଶ୍ୟ । ଏଥିରେ ସାଢେ 3 ମାସରୁ ସାଢେ 9 ମାସ ପାଇଁ ପଲିସି ବିକ୍ରି କରାଯାଉଛି । ଏଥିରେ ବୀମାଭୁକ୍ତ ବ୍ୟକ୍ତିଙ୍କ ସର୍ବାଧିକ ଚିକିତ୍ସା ଖର୍ଚ୍ଚ ପାଞ୍ଚ ଲକ୍ଷ ଟଙ୍କା ରଖାଯାଇଛି ।

ବୀମା ନିୟାମକ ଇରଡା ଏଥିପାଇଁ କମ୍ପାନୀଗୁଡିକୁ ମଞ୍ଜୁରୀ ଦେଇଛି । ପଲିସି ବଜାରର ସ୍ବାସ୍ଥ୍ୟ ବୀମା କାରବାରର ପ୍ରମୁଖ ଅମୁତ ଛାବଡା କହିଛନ୍ତି କି, ‘ଏଥିପାଇଁ ବହୁତ ଭଲ ସମର୍ଥନ ମିଳିଛି । କାରଣ ଲୋକ ଏହି ଯୋଜନାକୁ କିଣିବା ପାଇଁ ଇଚ୍ଛୁକ ଅଛନ୍ତି । ’’

ସେ କହିଛନ୍ତି କି, ପଲିସି ବଜାର ୱେବସାଇଟରେ କମ୍ପାନୀଗୁଡିକ ପ୍ରତିଦିନ 300ରୁ 500 ପର୍ଯ୍ୟନ୍ତ ଏହି ପଲିସି ବିକ୍ରି କରୁଛନ୍ତି । ଏହି ପଲିସି ସର୍ବାଧିକ ଯୁବବର୍ଗ ନେଉଛନ୍ତି । ସେ କହିଛନ୍ତି ଯେ ଏହି ପଲିସି ଅତ୍ୟନ୍ତ ଯୁକ୍ତିଯୁକ୍ତ ଦରରେ ଅଛି। ଏହାକୁ ସର୍ବନିମ୍ନ ପ୍ରିମିୟମରେ ମାସିକ 208 ଟଙ୍କା ପର୍ଯ୍ୟନ୍ତ ନିଆଯାଇପାରେ, ଯାହା ଅତ୍ୟନ୍ତ ଶସ୍ତା ଅଟେ । ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଏବଂ ଦିଲ୍ଲୀ ଏନସିଆରରେ ଏହାର ଅଧିକ ଡିମାଣ୍ଡ ରହିଛି ।

ଏସବିଆଇ ଜେନେରାଲ ଇନସୁରାନ୍ସ କମ୍ପାନୀର ଅଣ୍ଡରରାଇଟିଙ୍ଗ ଏବଂ ବୀମା କାରବାରର ମୁଖ୍ୟ ସୁବ୍ରମଣ୍ୟମ୍ ବ୍ରହ୍ମାଜୋସିୟୁଲା କହିଛନ୍ତି ଯେ, ଏଥିରେ ଫ୍ୟାମିଲି ଫ୍ଲୋଟର ଏବଂ 5 ଲକ୍ଷ ବୀମା ଉପରେ ହସ୍ପିଟାଲର ଦୈନିକ 2500 ଟଙ୍କା ନଗଦ ଭଳି ବିକଳ୍ପ ମଧ୍ୟ ପ୍ରଦାନ କରିଥାଏ । ଯାହା ଏହାକୁ ଅଧିକ ଆକର୍ଷଣୀୟ କରିଛି ।

ABOUT THE AUTHOR

...view details