ନୂଆଦିଲ୍ଲୀ: କୋଭିଡ-19 ଚିକିତ୍ସା ଉପଯୋଗୀ ଔଷଧ ବାରିସିଟିନିବ ତିଆରି ଓ ବିକ୍ରୟ ପାଇଁ ଆମେରିକାର କମ୍ପାନୀ ଏଲି ଲିଲି ସହ ଚୁକ୍ତି କଲା ଭାରତର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନକାରୀ କମ୍ପାନୀ ସିପଲା ଲିମିଡେଟ । ଏନେଇ ସୋମବାର ସିପଲା ସୂଚନା ଦେଇଛି ।
କୋଭିଡ ଔଷଧ ଉତ୍ପାଦନ ପାଇଁ ଏଲି ଲିଲି ସହ ହାତ ମିଳାଇଲା ସିପଲା - ଏଲି ଲିଲି ସହ ହାତ ମିଳାଇଲା ସିପଲା
ଆମେରିକାର କମ୍ପାନୀ ଏଲି ଲିଲି ସହ ଚୁକ୍ତି କଲା ଭାରତର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନକାରୀ କମ୍ପାନୀ ସିପଲା ଲିମିଡେଟ । କୋଭିଡ-19 ଚିକିତ୍ସା ଉପଯୋଗୀ ଔଷଧ ବାରିସିଟିନିବ ତିଆରି ଓ ବିକ୍ରୟ ପାଇଁ ଉଭୟ କମ୍ପାନୀ ମିଳାଇଲେ ହାତ । ଅଧିକ ପଢନ୍ତୁ..
ସିପଲା ଦର୍ଶାଇଛନ୍ତି ଯେ ବାରିସିଟିନିବ ପାଇଁ ଏଲି ଲିଲି ସହ ଏହା ଏକ ରୟାଲଟି-ଫ୍ରି, ଅଣ-ସ୍ବତନ୍ତ୍ର ସ୍ବେଚ୍ଛାକୃତ ଲାଇସେନ୍ସ ଚୁକ୍ତି କରିଛି। ବାରିସିଟିନିବକୁ ପୂର୍ବରୁ ହିଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ରୁ ସୀମିତ ଜରୁରୀକାଳୀନ ବ୍ୟବହାର ମଞ୍ଜୁରୀ ମିଳିସାରିଛି । ଅତିରିକ୍ତ ସ୍ବେଚ୍ଛାସେବୀ ଲାଇସେନ୍ସଗୁଡିକର ସମ୍ଭାବ୍ୟ ଅନୁଦାନ ପାଇଁ ଲିଲି ଅନ୍ୟାନ୍ୟ ଭାରତୀୟ ନିର୍ମାତାମାନଙ୍କ ସହ ମଧ୍ୟ ଆଲୋଚନା କରୁଛି ।
ଏହି ସ୍ବେଚ୍ଛାକୃତ ଲାଇସେନ୍ସ ଚୁକ୍ତିନାମା ମହାମାରୀ ସମୟରେ ଉଚ୍ଚ ଗୁଣବତ୍ତା ଉତ୍ପାଦନ ଏବଂ ବାରିସିଟିନିବ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।