ନୂଆଦିଲ୍ଲୀ: ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି । ଏପରି ସମୟରେ ଇ-କମର୍ସ କମ୍ପାନୀ ବେକାରୀଙ୍କ ପାଇଁ ଆଣିଛି ଖୁସିର ଲହରୀ । ଏହି ଫେଷ୍ଟିବଲ ସିଜନରେ ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପକାର୍ଟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦେବ 70 ହଜାର ଋତୁକାଳୀନ ନିଯୁକ୍ତି । ଏ ନେଇ କମ୍ପାନୀ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।
ଫେଷ୍ଟିଭ ସିଜିନରେ ଫ୍ଲିପକାର୍ଟ ଦେବ 70 ହଜାର ନିଯୁକ୍ତି - Flipkart jobs
ଏହି ଫେଷ୍ଟଭ ସିଜିନରେ ଫ୍ଲିପକାର୍ଟ ଦେବ 70 ହଜାର ନିଯୁକ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଗାଣ ଶୃଙ୍ଖଳା ବିଭାଗ ଏହି ସୁଯୋଗ ଦେବ ବୋଲି କମ୍ପାନୀ ମଙ୍ଗଳବାର କହିଛି । ଅଧିକ ପଢନ୍ତୁ..
![ଫେଷ୍ଟିଭ ସିଜିନରେ ଫ୍ଲିପକାର୍ଟ ଦେବ 70 ହଜାର ନିଯୁକ୍ତି ଫେଷ୍ଟିଭ ସିଜରେ ଫ୍ଲିପକାର୍ଟ ଦେବ 70 ହଜାର ନିଯୁକ୍ତି](https://etvbharatimages.akamaized.net/etvbharat/prod-images/768-512-8809393-thumbnail-3x2-flipcart.jpg)
ବେଙ୍ଗାଲୁରୁରେ ରହିଥିବା କମ୍ପାନୀ କହିଛି କି, ଫ୍ଲିପକାର୍ଟ ସିଧା ନିଯୁକ୍ତି ଯୋଗାଣ ଚେନ ବିଭାଗରେ ଦିଆଯିବ । ଏହା ଅଧିନରେ କମ୍ପାନୀ ଡେଲିଭରି କାର୍ଯ୍ୟନିର୍ବାହୀ , ପିକର୍ସ, ପ୍ୟାକର୍ସ ଓ ସର୍ଟସର ଭର୍ତ୍ତି କରିବ । ଏହା ବ୍ୟତୀତ କମ୍ପାନୀ ପରୋକ୍ଷ ଭାବେ ଫ୍ଲିପକାର୍ଟ ସେଲର ପାର୍ଟନର ଲୋକେସନ ଓ କିରାଣା ଦୋକାନରେ ମଧ୍ୟ ଲୋକଙ୍କୁ ରୋଜଗାର ଦେବ ।
ଫ୍ଲିପକାର୍ଟର ବରିଷ୍ଠ ଭାଇସ ପ୍ରେସିଡେଣ୍ଟ ଅମିତେଶ ଝା (Amitesh Jha) କହିଛନ୍ତି କି, ଆମେ ଆମର ବିଗ ବିଲିୟନ ଡେ (Big billion days)ରେ ପ୍ରତ୍ୟେକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବୁ । ଗ୍ରାହକଙ୍କୁ ଭଲ ଅନୁଭବ ଦେବା ଆମର ଲକ୍ଷ୍ୟ । ଆଉ ଏଥିପାଇଁ ଆମେ ଆମ ସହ ହଜାର ହଜାର ଲୋକଙ୍କୁ ଯୋଡିବୁ । ଲାଷ୍ଟ ମାଇଲ ଡେଲିଭରି (last-mile delivery) ପାଇଁ ଫ୍ଲିପକାର୍ଟ 50 ହଜାରରୁ ଅଧିକ କିରାଣା ଦୋକାନକୁ ନିଜ ସହ ଯୋଡିବ ଆଉ ସାମଗ୍ରୀ ଡେଲିଭରି ପାଇଁ ହଜାର ସଂଖ୍ୟକ ନିଯୁକ୍ତି ଦେବ ।