ଓଡିଶା

odisha

ETV Bharat / business

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ - ୧୭ ଦିନ ବ୍ୟାଙ୍କ ଛୁଟି

ନଭେମ୍ବର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ । ବ୍ୟାଙ୍କ ବନ୍ଦ ହେଲେ ସୁଦ୍ଧା ସମସ୍ତ ଅନଲାଇନ ବ୍ୟାଙ୍କିଂ ସେବା ଜାରି ରହିବ । ଅଧିକ ପଢନ୍ତୁ...

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ
ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

By

Published : Oct 26, 2021, 8:20 AM IST

ନୂଆଦିଲ୍ଲୀ:ନଭେମ୍ବର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଆସନ୍ତା ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନଗୁଡିକ ଜାଣିରଖିବା ଉଚିତ୍ । ରିଜର୍ଭ ବ୍ୟାଙ୍କ କଲ୍ୟାଣ୍ଡର ଅନୁଯାୟୀ, ନଭେମ୍ବରରେ ବ୍ୟାଙ୍କ ୧୭ ଦିନ ବନ୍ଦ ରହିବ । ମାତ୍ର ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହେବନି ।

ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ନିର୍ଦ୍ଧିଷ୍ଟ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡିକ ଉପରେ ମଧ୍ୟ ଏହି ଛୁଟି ନିର୍ଭର କରେ । ଆସନ୍ତା ମାସରେ ଓଡିଶାରେ ମାତ୍ର ସାତ ଦିନ ବ୍ୟାଙ୍କ ଛୁଟି ହେବ । ବ୍ୟାଙ୍କ ବନ୍ଦ ଥିଲେ ସୁଦ୍ଧା ସମସ୍ତ ଅନଲାଇନ ବ୍ୟାଙ୍କିଂ ସେବା ଜାରି ରହିବ ।

ପ୍ରଥମତଃ ନଭେମ୍ବର ୪ ତାରିଖ ଦୀପାବଳି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ନଭେମ୍ବର ୭, ୧୩, ୧୪, ୨୧, ୨୭ ଓ ୨୮ ତାରିଖ ଶନିବାର ଓ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । କହିରଖୁଛୁ କି, ପ୍ରତିମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିବା ସ୍ବାଭାବିକ ଅଟେ ।

ରିଜର୍ଭ ବ୍ୟାଙ୍କ କଲ୍ୟାଣ୍ଡର ଅନୁଯାୟୀ, ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ନଭେମ୍ବର ୧, ୩, ୪, ୫, ୬, ୧୦, ୧୧, ୧୨, ୧୯, ୨୨ ଓ ୨୩ ତାରିଖ ବ୍ୟାଙ୍କ ବନ୍ଦ ରହିବ । ଏଥିମଧ୍ୟରୁ କିଛି ଛୁଟି ଦିନରେ ନିର୍ଦ୍ଧିଷ୍ଟ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ସମ୍ପୃକ୍ତ ରାଜ୍ୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ । ନଭେମ୍ବର ୧୦ ଓ ୧୧ ତାରିଖ ଛଟ୍ ପୂଜା ଏବଂ ନଭେମ୍ବର ୧୯ରେ ଗୁରୁ ନାନକ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।

ABOUT THE AUTHOR

...view details