ଓଡିଶା

odisha

ETV Bharat / business

Paytm ସହିଲା 17 ଶହ କୋଟି କ୍ଷତି - Paytm loss

2020-21 ପାଇଁ ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ 1,704 କୋଟି ଟଙ୍କା (ଦିନକୁ ପ୍ରାୟ 4.65 କୋଟି ଟଙ୍କା) କ୍ଷତି ସହିଛି । ଏନେଇ ଶନିବାର ରିପୋର୍ଟ ପ୍ରକାଶ କରିଛି କମ୍ପାନୀ । ଅଧିକ ପଢନ୍ତୁ..

Paytm ସହିଲା 17 ଶହ କୋଟି କ୍ଷତି
Paytm ସହିଲା 17 ଶହ କୋଟି କ୍ଷତି

By

Published : Jun 5, 2021, 10:17 PM IST

ନୂଆଦିଲ୍ଲୀ: କୋଭିଡ ମଧ୍ୟରେ କ୍ଷତି ସହିଲା ପେଟିଏମ । 2020-21 ପାଇଁ ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ 1,704 କୋଟି ଟଙ୍କା (ଦିନକୁ ପ୍ରାୟ 4.65 କୋଟି ଟଙ୍କା) କ୍ଷତି ସହିଛି । ଏ ନେଇ ଶନିବାର ରିପୋର୍ଟ ପ୍ରକାଶ କରିଛି କମ୍ପାନୀ ।

ତେବେ, କମ୍ପାନୀର ସଦ୍ୟ ବାର୍ଷିକ ରିପୋର୍ଟ ଅନୁଯାୟୀ, 2019-2020 ମସିହାରେ ରିପୋର୍ଟ ହୋଇଥିବା 2,943.32 କୋଟି ତୁଳନାରେ କ୍ଷତି ପ୍ରାୟ 1,240 କୋଟି ଟଙ୍କା ହୋଇଛି। ଏହା ଲଗାତାର ଦ୍ବିତୀୟ ଆର୍ଥିକ ବର୍ଷ , ଯେବେ କମ୍ପାନୀ କ୍ଷତି ପରିମାଣ ହ୍ରାସ ହୋଇଥିବା ସୂଚନା ଦେଇଛି ।

କମ୍ପାନୀର ମୋଟ ରାଜସ୍ବ ଗତ ବର୍ଷ 3,540.77 କୋଟି ଟଙ୍କା ଥିବା ବେଳେ 2020-21ରେ ପ୍ରାୟ 10 ପ୍ରତିଶତ ହ୍ରାସ ହୋଇ 3,186 କୋଟି ଟଙ୍କା ରହିଛି । ପେଟିଏମର ଜଣେ ମୁଖପାତ୍ର କହିଛନ୍ତି କି, ‘‘ ବର୍ଷର ପ୍ରଥମ ଛଅମାସରେ ଜାରି ଥିବା କୋରୋନା ମହାମାରୀ ଲାଗୁ ଥିଲା । ଆଉ ଏଥିଯୋଗୁଁ ଆମ ବିଜନେସ ପାର୍ଟନରଙ୍କ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏହା ସତ୍ତ୍ବେ ବର୍ଷର ଦ୍ବିତୀୟ ଛଅମାସରେ ଭଲ ଆଦାୟ ହୋଇଛି । ଫଳରେ ଆମ ରାଜସ୍ବରେ କମ ପ୍ରଭାବ ପଡିଛି ।

କମ୍ପାନୀର ସୀକୃତିପ୍ରାପ୍ତ ସେୟାର ପୁଞ୍ଜି 104.1 କୋଟି ଟଙ୍କା ଥିଲା । ଯେଉଁଥିରେ 10 ଟଙ୍କିଆ 10.41 ଲକ୍ଷରୁ ଅଧିକ ଇକ୍ୟୁଟି ସେୟାର ସାମିଲ ରହିଛି ।

ABOUT THE AUTHOR

...view details