ନୂଆଦିଲ୍ଲୀ: କୋଭିଡ -19 ଯୋଗୁଁ ଭାରତରେ ବୀମା ପ୍ରତି ସଚେତନତା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମହାମାରୀ ସମୟରେ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଆର୍ଥିକ ସ୍ଥିତି ଉପରେ ପର୍ଯ୍ୟାପ୍ତ ନିୟନ୍ତ୍ରଣ ରଖିଛନ୍ତି । ହେଲେ ନିଜ ପରିବାରର ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ସେମାନେ ଚିନ୍ତିତ ଅଛନ୍ତି। ଏହି କାରଣରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାର ଗୁରୁତ୍ୱ ପୂର୍ବ ଅପେକ୍ଷା ବହୁତ ଅଧିକ ବଢିଛି । ଏକ ସର୍ଭେରେ ଏ ନେଇ ସୂଚନା ଦିଆଯାଇଛି ।
ଏହି ସର୍ଭେରେ ସାମିଲ 51 ପ୍ରତିଶତ ଲୋକ ସେମାନଙ୍କ ପରିବାର ପାଇଁ ବୀମା କଭର କିଣିବା ବିଷୟରେ ଚିନ୍ତା କରୁଛନ୍ତି । ଯେତେବେଳେ କି ପ୍ରାୟ 80 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ମହାମାରୀ ସମୟରେ ବୀମାର ମହତ୍ବ ବିଷୟରେ ଜାଣିପାରିଲେ ।