ଓଡିଶା

odisha

ETV Bharat / business

ଏବର୍ଷ 84.3 ଅରବ ଡଲାର କ୍ଷତି ସହିବେ ବିମାନ କମ୍ପାନୀ: IATA - 2020ରେ କ୍ଷତି ସହିବେ ବିମାନ କମ୍ପାନୀ

ବିମାନ ଚଳାଚଳ ଇତିହାସରେ ‘2020’ସବୁଠାରୁ ଖରାପ ବର୍ଷ ହେବାକୁ ଯାଉଛି। ଏ ବର୍ଷ ବୈଶ୍ବିକ ସ୍ତରରେ ବିମାନ କମ୍ପାନୀଗୁଡିକୁ 84.3 ଅରବ ଡଲାର କ୍ଷତି ସହିବାକୁ ପଡିପାରେ । ଅଧିକ ପଢନ୍ତୁ..

IATA
ଏ ବର୍ଷ 84.3 ଅରବ ଡଲାର କ୍ଷତି ସହିବେ ବିମାନ କମ୍ପାନୀ :IATA

By

Published : Jun 10, 2020, 3:47 PM IST

ନୂଆଦିଲ୍ଲୀ: ଏବର୍ଷ ବୈଶ୍ବିକ ସ୍ତରରେ ବିମାନ କମ୍ପାନୀଗୁଡିକୁ 84.3 ଅରବ ଡଲାର କ୍ଷତି ସହିବାକୁ ପଡିପାରେ । ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(IATA)ଏ ନେଇ ଆକଳନ ପ୍ରକାଶ କରିଛି ।

IATA ର ଆର୍ଥିକ ଦୃଷ୍ଟିକୋଣ ଅନୁଯାୟୀ କୋରୋନା ମହାମାରୀ ଲକଡାଉନ ମଧ୍ୟରେ ବୈଶ୍ବିକ ବିମାନ ପରିବହନ ଶିଳ୍ପର ବିପୁଳ କ୍ଷତି ହୋଇଛି । ଏହାକୁ ଦୃଷ୍ଟିରେ 2020ରେ 84.3 ଅରବ ଡଲାର କ୍ଷତି ଆଶା ରହିଛି ।

ବିମାନ ଚଳାଚଳ ଶିଳ୍ପର ରାଜସ୍ୱ 2019 (ର 838 ଅରବ ଡଲାର) ତୁଳନାରେ ଏ ବର୍ଷ (419 ଅରବ ଡଲାର) 50 ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏହା ଅନୁଯାୟୀ 2021 ମସିହାରେ କ୍ଷତି 15.8 ଅରବ ଡଲାର ହୋଇପାରେ। କାରଣ ରାଜସ୍ୱ ବୃଦ୍ଧି ପାଇ 598 ଅରବ ଡଲାରରେ ପହଞ୍ଚିପାରେ ।

IATA ମହାନିର୍ଦ୍ଦେଶକ ତଥା ସିଇଓ ଆଲେକ୍ସଜାଣ୍ଡାର ଡି ଜୁନିୟକ୍(Alexander de juniec) ଏକ ବିବୃତ୍ତିରେ କହିଛନ୍ତି, "2020 ବିମାନ ଚଳାଚଳ ଇତିହାସରେ ସବୁଠାରୁ ଖରାପ ବର୍ଷ ହେବାକୁ ଯାଉଛି। ଏହି ବର୍ଷ ଉଦ୍ୟୋଗକୁ ପ୍ରତିଦିନ ହାରାହାରି 23 କୋଟି ଡଲାର କ୍ଷତି ହେବ । ମୋଟ କ୍ଷତି 84.3 ଅରବ ଡଲାର ହେବା ଆଶଙ୍କା ରହିଛି। "

ଏହାର ଅର୍ଥ ଏ ବର୍ଷ ଆନୁମାନିକ ପ୍ରତି ଯାତ୍ରୀ ପିଛା ବିମାନ କମ୍ପାନୀଙ୍କୁ 37.54 ଡଲାର କ୍ଷତି ହେବ । ଏଭଳି ସମୟରେ ସରକାରଙ୍କ ଆର୍ଥିକ ପ୍ୟାକେଜର ଆବଶ୍ୟକତା ରହିଛି । କାରଣ ପୂର୍ବରୁ ହିଁ କମ୍ପାନୀ ନଗଦ ସଙ୍କଟରେ ଜୁଝୁଛି ବୋଲି ଜୁନିୟକ କହିଛନ୍ତି ।

ABOUT THE AUTHOR

...view details