ହାଇଦ୍ରାବାଦ:ଆଜିକାଲି ନିବେଶ ପାଇଁ ଅନେକଗୁଡିଏ ବିକଳ୍ପ ଉଭା ହୋଇଛି । ହେଲେ ନିବେଶ ପାଇଁ ଏକ ସୁରକ୍ଷିତ ବିକଳ୍ପ ଚୟନ କରିବା ଜରୁରୀ । ଏ ଦିଗରେ ସରକାରୀ ବଣ୍ଡ ଏକ ଉତ୍ତମ ନିବେଶ ବିକଳ୍ପ ଅଟେ । ସରକାରୀ ବଣ୍ଡ କିଣିବା ଏକ ଦୀର୍ଘକାଳୀନ ନିବେଶ ଭାବେ ଗଣାଯାଏ । ପୂର୍ବରୁ କେବଳ ବଡ ନିବେଶକମାନେ ଏହି ବଣ୍ଡରେ ନିବେଶ କରୁଥିଲେ ।ହେଲେ ଏଣିକି କ୍ଷୁଦ୍ର ନିବେଶକ ମଧ୍ୟ ଆରବିଆଇ ରିଟେଲ ଡାଇରେକ୍ଟ ପ୍ଲାଟଫର୍ମ(RBI retail direct platform) ଜରିଆରେ ସରକାରୀ ବଣ୍ଡରେ ନିଜ ପଇସା ଲଗାଇପାରିବେ(investment in government bond) । ତେବେ ସରକାରୀ ବଣ୍ଡରେ ନିବେଶ ଏକ ସୁରକ୍ଷିତ ଉପାୟ କି (are government bonds a safe option) ? କ'ଣ ଏହା ଏକ ବିପଦମୁକ୍ତ ନିବେଶ ବିକଳ୍ପ ? ସରକାରୀ ବଣ୍ଡ କଥା ଉଠିଲେ ନିଶ୍ଚୟ ଏଭଳି ସବୁ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ।
ସରକାରୀ ବଣ୍ଡରେ ନିବେଶ (Investing in government bonds)
ଯେଉଁମାନେ ନିବେଶର ସବୁଠୁ ସୁରକ୍ଷିତ ମାଧ୍ୟମ ସନ୍ଧାନରେ ଅଛନ୍ତି, ସରକାରୀ ବଣ୍ଡ ସେମାନଙ୍କ ପାଇଁ ସର୍ବୋକୃଷ୍ଟ ବିକଳ୍ପ ଅଟେ । ଆପଣଙ୍କ ଟଙ୍କା ଉପରେ ସରକାରୀ ଗ୍ୟାରେଣ୍ଟି ସହ ଏବଂ ସୁଧ ମଧ୍ୟ ମିଳିଥାଏ । ଯଦିଓ ଏହି ଅପବାଦ ମଧ୍ୟ ରହିଛି ଯେ, ଏଥିରୁ ମିଳୁଥିବା ସୁଧ ବ୍ୟାଙ୍କ ସଞ୍ଚୟ ଉପରେ ପ୍ରାପ୍ତ ସୁଧ ଠାରୁ କମ୍ ଅଟେ ।
ସରକାରୀ ବଣ୍ଡ କାହିଁକି କିଣିବା (Why buy government bonds):
ଏକ ଲମ୍ବା ଅବଧି ପାଇଁ ବଣ୍ଡ ନେବା ମହତ୍ତ୍ବପୂର୍ଣ୍ଣ ଅଟେ, କାରଣ ଏହି ବଣ୍ଡରେ ମ୍ୟାଚୁରିଟି ଅବଧି ୪୦ ବର୍ଷ ଯାଏଁ ଉପଲବ୍ଧ ରହିଛି । ଏହି ଲମ୍ବା ଅବଧିରେ ବ୍ୟାଙ୍କ ସୁଧହାର ଅସ୍ଥିର ରହିଥାଏ । ହେଲେ ଯଦି ଆପଣ ବଣ୍ଡରେ ନିବେଶ କରୁଛନ୍ତି ତେବେ ଦୀର୍ଘକାଳୀନ ନିବେଶରେ ଭଲ ରିଟର୍ଣ୍ଣ ମିଳିବା ସୁନିଶ୍ଚିତ ଅଟେ । ଆମକୁ ନିବେଶ ଯୋଜନାରେ ପରିବର୍ତ୍ତନରୁ ଦୂରେଇ ରହିବାକୁ ହେବ । ଉଦାହରଣ ସୂରୁପ, ଗିଲ୍ଟ ଫଣ୍ଡରେ ନିବେଶ ରିସ୍କ ସମ୍ପନ୍ନ ଅଟେ, କାରଣ ଏହା ସେୟାର ବଜାରର ଅନିଶ୍ଚିତତା ଉପରେ ନିର୍ଭରଶୀଳ । ଏହାର ବିପରୀତ ଭାବେ, ସରକାରୀ ବଣ୍ଡରେ ଟଙ୍କା ଲଗାଇବା ବିପଦମୁକ୍ତ ସଙ୍ଗେ ସଙ୍ଗେ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟ ଦେଇଥାଏ ।