ସାନ ଫ୍ରାନ୍ସିସ୍କୋ: ପ୍ରଥମ ଥର ପାଇଁ ବିଲିୟନାରୀ ଲିଷ୍ଟରେ ସାମିଲ ହେଲେ ଆପଲ ସିଇଓ ଟିମ୍ କୁକ । କୁପର୍ଟିନୋ (Cupertino) ସ୍ଥିତ ଆଇଫୋନ ଉତ୍ପାଦନକାରୀ କମ୍ପାନୀ, ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ବର୍ତ୍ତମାନ 1,84,000 କୋଟି ଡଲାର ପୁଞ୍ଜି ସହିତ ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇପାରିଛି ।
ଫଳରେ କୁକ ଙ୍କ ମୋଟ ସମ୍ପତ୍ତି ଏବେ 100 କୋଟି ଡଲାର ସ୍ତର ପାପ କରିପାରିଛି । ଯେଉଁଥିପାଇଁ ଏବେ ସେ ଅଫିସିଆଲ ଭାବେ ବିଲିୟନାରୀ ଲିଷ୍ଟରେ ସାମିଲ ହୋଇପାରିଛନ୍ତି ।
ତେବେ ଆମାଜନ ସିଇଓ ଜେଫ ବେଜୋସ (18700 କୋଟି ଡଲାର ),ମାଇକ୍ରୋସଫ୍ଟର ପୂର୍ବ ସିଇଓ ବିଲ ଗେଟସ (12100 କୋଟି ଡଲାର ) ଏବଂ ଫେସବୁକ ସିଇଓ ମାର୍କ ଜୁକରବର୍ଗ (10200 କୋଟି ଡଲାର ) ଙ୍କ ଭଳି ବ୍ଲମବର୍ଗ ବିଲିୟନାରୀ ରେସରେ ସାମିଲ ହେବା ପାଇଁ ଆହୁରୀ ଲମ୍ବା ଯାତ୍ରା କରିବାକୁ ପଡିବ ।
ବିବିସି ରିପୋର୍ଟ ଅନୁସାରେ କୁକ ସିଧାସଳଖ 847,969 ସେୟାରର ମାଲିକ ଏବଂ ଗତ ବର୍ଷ ତାଙ୍କ ଦରମାର ଅଂଶ ଭାବରେ ସେ 12.5 କୋଟି ଡ଼ଲାର ନେଇଛନ୍ତି ।
ଆପଲ ଏବେ 200 ମିଲିୟନ ଡଲାର ମୂଲ୍ୟ ସହ ପ୍ରଥମ କମ୍ପାନୀ ଖିତାବ ହାତେଇବା ରେସରେ । ଗତ ସପ୍ତାହରେ ଆପଲ ବିଶ୍ବର ସର୍ବବୃହତ୍ତ ତୈଳ କମ୍ପାନୀ ଅରାମକୋକୁ ପଛରେ ପକାଇ ଦୁନିଆର ପ୍ରଥମ ସବୁଠୁ ମୁଲ୍ୟବାନ କମ୍ପାନୀ ହୋଇଛି ।