ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦୋହଲିଯାଇଛି ବିମାନ ଶିଳ୍ପ । ଏଥିମଧ୍ୟରେ ପୂର୍ବରୁ ତିଷ୍ଠି ରହିବାକୁ ସଂଘର୍ଷ କରୁଥିବା ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାରଇଣ୍ଡିଆ ପାଇଁ ଏବେ ଆର୍ଥିକ ସ୍ଥିରତା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଏପରି ସମୟରେ ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବା ଯୋଜନା (LWP)କମ୍ପାନୀ ପାଇଁ ଜରୁରୀ ବୋଲି ଏୟାର ଇଣ୍ଡିଆ କହିଛି ।
ଏକ ବିବୃତ୍ତିରେ କୁହାଯାଇଛି କି, ଏହି ଯୋଜନା ମୁଖ୍ୟତଃ ‘ ସ୍ୱେଚ୍ଛାକୃତ ଆଧାରରେ' କର୍ମଚାରୀଙ୍କୁ LWP(leave without pay)ରେ ପଠାଇବା ସମ୍ବନ୍ଧୀୟ । ଏହା ପୂର୍ବରୁ ଏୟାରଲାଇନ ମଙ୍ଗବାର ଆଭ୍ୟନ୍ତରୀଣ ନିର୍ଦ୍ଦେଶ ଜାରି କରି ସମସ୍ତ ବିଭାଗୀୟ ମୁଖ୍ୟ ତଥା ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏହି ଯୋଜନା ପାଇଁ କର୍ମଚାରୀମାନଙ୍କୁ ଚିହ୍ନଟ କରିବାକୁ କହିଛି।