ଓଡିଶା

odisha

By

Published : Apr 21, 2020, 1:22 AM IST

ETV Bharat / business

ଉଡାଣ ବନ୍ଦ, କଟିବ କର୍ମଚାରୀଙ୍କ ଦରମା

ଲକଡାଉନ ପ୍ରଭାବ । ଏୟାର ଏସିଆ ଇଣ୍ଡିଆ ନିଜ କର୍ମଚାରୀଙ୍କ ଏପ୍ରିଲ ମାସର ଦରମାର 20 ପ୍ରତିଶତ କାଟିବ । ଅଧିକ ପଢନ୍ତୁ...

airasia cuts staff salaries by up to 20 percent for april
ଉଡାଣ ବନ୍ଦ, କଟିବ କର୍ମଚାରୀଙ୍କ ଦରମା

ମୁମ୍ବାଇ: କୋରୋନା କଟକଣା ଯୋଗୁଁ ମେ 3 ଯାଏଁ ସମସ୍ତ ଉଡାଣ ରଦ୍ଦ କରିଛି ଏୟାର ଏସିଆ । ଏଥିଯୋଗୁଁ କର୍ମଚାରୀଙ୍କ ଏପ୍ରିମ ମାସର ଦରମାରୁ 20 ପ୍ରତିଶତ କାଟ କରିଛି କମ୍ପାନୀ ।

ଏ ନେଇ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କ ମାସିକ ଦରମା 50,000 ଟଙ୍କା ବା ତା ଠାରୁ କମ, ସେମାନଙ୍କ ଦରମାରେ ହ୍ରାସ ହେବ ନାହିଁ । ଏହା ପୂର୍ବରୁ ଇଣ୍ଡିଗୋ, ସ୍ପାଇସଜେଟ ଓ ଅନ୍ୟନ ଘରୋଇ ବିମାନ କମ୍ପାନୀ ମଧ୍ୟ ଏଭଳି ଦରମା କାଟ ନେଇ ଘୋଷଣା କରିସାରିଛନ୍ତି ।

ଏୟାର ଏସିଆ ଇଣ୍ଡିଆ ନିଜ କର୍ମଚାରୀଙ୍କ (ଯେଉଁମାନେ 50 ହଜାରରୁ ଉର୍ଦ୍ଧ ଟଙ୍କା ପାଆନ୍ତି) ଏପ୍ରିଲ ମାସର ଦରମାର 20 ପ୍ରତିଶତ କାଟିବ । ଯେତେବେଳେ ଅନ୍ୟ ଶ୍ରେଣୀରେ ଆସୁଥିବା ଅଧିକାରୀଙ୍କ ଦରମାରେ 17 ପ୍ରତିଶତ, 13 ପ୍ରତିଶତ ଓ 7 ପ୍ରତିଶତ କାଟ କରିବ ।

ତେବେ ଏୟାର ଏସିଆ ଇଣ୍ଡିଆ ପ୍ରବକ୍ତା ଏ ନେଇ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି ।

ABOUT THE AUTHOR

...view details