ଓଡିଶା

odisha

ETV Bharat / business

ମୁମ୍ବାଇ ଏୟାରପୋର୍ଟର 74 ପ୍ରତିଶତ ଅଂଶଧନ କିଣିବ ଅଦାନୀ ଗ୍ରୁପ - ଦାନୀ ଏୟାରପୋର୍ଟ ହୋଲ୍ଡିଂ

ଅଦାନୀ ଗ୍ରୁପ ମୁମ୍ବାଇ ବିମାନବନ୍ଦରରେ 74% ଅଂଶଧନ ଅଧିଗ୍ରହଣ କରିବ । ଏ ନେଇ ଗ୍ରୁପ କହିଛି ଯେ ମୁମ୍ବାଇ ବିମାନବନ୍ଦରରେ ଅଂଶଧନ ଅଧିଗ୍ରହଣ ପାଇଁ ଏକ ଚୁକ୍ତି ହୋଇଛି। ଅଧିକ ପଢନ୍ତୁ..

ମୁମ୍ବାଇ ଏୟାରପୋର୍ଟର 74 ପ୍ରତିଶତ ଅଂଶଧନ କିଣିବ ଅଦାନୀ ଗ୍ରୁପ
ମୁମ୍ବାଇ ଏୟାରପୋର୍ଟର 74 ପ୍ରତିଶତ ଅଂଶଧନ କିଣିବ ଅଦାନୀ ଗ୍ରୁପ

By

Published : Aug 31, 2020, 1:20 PM IST

ମୁମ୍ବାଇ: ଆଦାନୀ ଗ୍ରୁପ୍ ମୁମ୍ବାଇ ବିମାନବନ୍ଦରରେ GVK ଗ୍ରୁପର ଅଂଶଧନ ଅଧିଗ୍ରହଣ କରିବ । ଅରବପତି ଉଦ୍ୟୋଗପତି ଗୌତମ ଅଦାନୀଙ୍କ ନେତୃତ୍ବରେ ଥିବା ଏହି ଗ୍ରୁପ ସୋମବାର କହିଛି କି, ମୁମ୍ବାଇ ବିମାନ ବନ୍ଦରରେ ଜିଭିକେ ଗ୍ରୁପ ଅଂଶଧନ କିଣିବା ଏବଂ ନିୟନ୍ତ୍ରଣ ହାସଲ ନେଇ ଏକ ଚୁକ୍ତି ହୋଇଛି ।

ଅଦାନୀ ଏଣ୍ଟରପ୍ରାଇଜ ସେୟାର ବଜାରକୁ ପଠାଇଥିବା ସୂଚନାରେ କହିଛି କି, ଅଦାନୀ ଏୟାରପୋର୍ଟ ହୋଲ୍ଡିଂ ଜିଭିକେ ଏୟାରପୋର୍ଟ ଡେଭଲପର୍ସର ଋଣ ଅଧିଗ୍ରହଣ ପାଇଁ ଚୁକ୍ତି କରିଛି ।

ଜିଭିକେ ଗ୍ରୁପ ପାଖରେ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଲିମିଟେଡ (MIAL) ର 50.50 ପ୍ରତିଶତ ଅଂଶଧନ ଅଛି । ଋଣ ଇକ୍ୱିଟିରେ ପରିଣତ ହେବ । ତେବେ ଉଭୟ କମ୍ପାନୀ ଏହି ଡିଲର ଆର୍ଥିକ ଦିଗ ପ୍ରକାଶ କରିନାହାଁନ୍ତି ।

ସୂଚନାରେ କୁହାଯାଇଛି ଯେ ଅଦାନୀ ଗ୍ରୁପ୍ ଏମଆଇଏଏଲରେ ଦକ୍ଷିଣ ଆଫ୍ରିକା ବିମାନବନ୍ଦର କମ୍ପାନୀ (ACSA) ଏବଂ ବିଡଭେଷ୍ଟର 23.5 ପ୍ରତିଶତ ଅଂଶଧନ ହାସଲ କରିବାକୁ ମଧ୍ୟ ପଦକ୍ଷେପ ନେବ। ଏଥିପାଇଁ ଏହା ଭାରତର ପ୍ରତିଯୋଗିତା ଆୟୋଗ (CCI)ର ଅନୁମୋଦନ ଲାଭ କରିଛି ।

ଏହି ଚୁକ୍ତି ସମାପ୍ତ ହେବା ପରେ GVKର 50.50 ପ୍ରତିଶତ ଅଂଶଧନ ସହ ମୁମ୍ବାଇ ବିମାନବନ୍ଦରରେ ଅଦାନୀ ଗ୍ରୁପ୍‌ର ଅଂଶଧନ 74 ପ୍ରତିଶତ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details