ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ସଙ୍କଟ ଯୋଗୁଁ ପ୍ରାୟ 77 ପ୍ରତିଶତ କମ୍ପାନୀର ରାଜସ୍ବ ହ୍ରାସ ପାଇଛି । ବିଶେଷ କରି ଏମଏମଏଇ ସେକ୍ଟର ଅଧିକ ପ୍ରଭାବିତ ହୋଇଛି । ନିକଟରେ ହୋଇଥିବା ଏକ ବିଶ୍ବସ୍ତରୀୟ ସର୍ଭେରେ ଏନେଇ ସୂଚନା ପ୍ରକାଶ ପାଇଛି ।
720 ଟ୍ରାନ୍ସଫର୍ମ ଅଫ ଦୁବାଇ, ପ୍ରୋଫେସି FJLLC-Middle East ଏବଂ ଭାରତ ସ୍ଥିତ Insights3D ଦ୍ବାରା ସଂଯୁ୍କ୍ତ ରୂପେ କରାଯାଇଥିବା ଏହି ସର୍ଭେ ମୁତାବକ, ଭାରତ ଓ ମଧ୍ୟପୂର୍ବସ୍ଥ ପାଖାପାଖି 7 ପ୍ରତିଶତ କମ୍ପାନୀ ରାଜସ୍ବରେ ବୃଦ୍ଧି ରେକର୍ଡ ହୋଇଥିବା ବେଳେ 16 ପ୍ରତିଶତ କମ୍ପାନୀ ପ୍ରଭାବିତ ନୁହଁନ୍ତି। ଏହି ସର୍ଭେ ପାଇଁ ପ୍ରାୟ 282 କାର୍ଯ୍ୟନିର୍ବାହୀଙ୍କ ସହ ଆଲୋଚନା କରାଯାଇଥିଲା । ଯେଉଁଥିରେ ସମସ୍ତ ଉଦ୍ୟୋଗ ସେଗମେଣ୍ଟର ସିଇଓ ଏବଂ ଏମଡି ସାମିଲ ଥିଲେ ।