ଓଡିଶା

odisha

ETV Bharat / business

ସାଇବର ଘଟଣା 200% ବୃଦ୍ଧି, କିନ୍ତୁ ଚୀନକୁ ଦୋଷ ଦେବାକୁ ନାହିଁ ପ୍ରମାଣ - ସାଇବର ଘଟଣାରେ ଚୀନ ହାତ

କୋରୋନା ସଙ୍କଟ କାଳରେ ସେବା କ୍ଷେତ୍ରରେ ପରିବର୍ତ୍ତନ , ଘରୁ କର୍ମଚାରୀଙ୍କ କାମ ଚାଲିଥିବାରୁ ସାଇବର ଅପରାଧୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ତେବେ ଏ ସବୁ ଘଟଣା ପଛରେ ଚୀନର ହାତ ରହିଛି ବୋଲି କୌଣସି ପ୍ରମାଣ ମିଳିନି । ଅଧିକ ପଢନ୍ତୁ..

200 pc rise in cyber incidents in last couple of months
200 pc rise in cyber incidents in last couple of months

By

Published : Jul 7, 2020, 4:27 PM IST

ମୁମ୍ବାଇ: ଭାରତରେ ଗତ 2 ମାସରେ ସାଇବର ଘଟଣାରେ 200 ପ୍ରତିଶତ ବୃଦ୍ଧି ହୋଇଛି । ହେଲେ ଏଥିପାଇଁ ଦାୟୀ ଚୀନ ବୋଲି କୌଣସି ପ୍ରମାଣ ନାହିଁ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ସୁଚନା ସୁରକ୍ଷା ଅଧିକାରୀ ଗୁଲସନ ରାୟ ଏ ନେଇ କହିଛନ୍ତି ।

କୋଭିଡ-19 ମହାମାରୀ ଯୋଗୁଁ ୱାର୍କ ଫ୍ରମ ହୋମ ଟ୍ରେଣ୍ଡ ଚାଲିଛି । ଏଥିଯୋଗୁଁ ସେବା କ୍ଷେତ୍ରରେ ପରିବର୍ତ୍ତନ ହେଉଥିବାରୁ ଏଭଳି ସାଇବର ଘଟଣା ବଢିବାରେ ଲାଗିଛି । ଏଥିପାଇଁ ଭାରତର ସୁରକ୍ଷା ଯୋଗୁଁ 59 ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ରାୟ କହିଛନ୍ତି ।

ପେମେଣ୍ଟ କମ୍ପାନୀ ଇପିଏସ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାୟ କହିଛନ୍ତି କି, ଏହା ସତ୍ୟ ଯେ ଗତ ଦୁଇ ମାସ ମଧ୍ୟରେ ହ୍ୟାକିଂ ସିଷ୍ଟମ ଭଳି ସାଇବର ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି। ଏହା 200 ପ୍ରତିଶତ ବୃଦ୍ଧି ହୋଇଥିବା ତଥ୍ୟ ରହିଛି । ତେବେ ଏ ନେଇ କୌଣସି ପ୍ରମାଣ ନାହିଁ କି 2 ଦେଶ (ଭାରତ ଓ ଚୀନ) ମଧ୍ୟରେ ବିବାଦ ଯୋଗୁଁ ଏହି ଆକ୍ରମଣ ହୋଇଛି ।

ତେବେ ସ୍ବତନ୍ତ୍ର ଏଜେନ୍ସିଗୁଡିକ ସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ ସାଇବର ଆକ୍ରମଣକୁ ଢାଲ ସାଜି ରୋକୁଛନ୍ତି ବୋଲି ରାୟ ପ୍ରତିଶ୍ରରୁତି ଦେଇଛନ୍ତି ।

ABOUT THE AUTHOR

...view details