ନୂଆଦିଲ୍ଲୀ: କୋପରେଟିଭ ବ୍ୟାଙ୍କକୁ ନେଇ କ୍ୟାବିନେଟ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ଏଣିକି ସମସ୍ତ କୋପରେଟିଭ ବ୍ୟାଙ୍କ ଓ ମଲ୍ଟି ଷ୍ଟେଟ କୋପରେଟିଭ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କର ତତ୍ତ୍ୱାବଧାନରେ ରହିବ । ଏହି ସବୁ ବ୍ୟାଙ୍କ ଜମାକାରୀଙ୍କୁ ଆରାମ ପ୍ରଦାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ ହୋଇଛି ।
ଏଣିକି ଆରବିଆଇ ଅଧିନରେ ରହିବ 1,540 କୋପରେଟିଭ ବ୍ୟାଙ୍କ - cooperative banks RBIs supervision
କୋପରେଟିଭ ବ୍ୟାଙ୍କକୁ ନେଇ କ୍ୟାବିନେଟର ବଡ ନିଷ୍ପତ୍ତି । ଏଣିକି ଦେଶର 1540 କୋପରେଟିଭ ବ୍ୟାଙ୍କ ଆରବିଆଇ ତତ୍ତ୍ୱବଧାନରେ ରହିବ । ଫଳରେ ଜମାକର୍ତ୍ତାଙ୍କ ବିଶ୍ବାସ ସୁଦୃଢ ହେବ । ଅଧିକ ପଢନ୍ତୁ..

1482 ସହରାଞ୍ଚଳ କୋପରେଟିଭ ବ୍ଯାଙ୍କ ଏବଂ 58 ମଲ୍ଟି ଷ୍ଟେଟ କୋପରେଟିଭ ବ୍ଯାଙ୍କକୁ ବ୍ୟାଙ୍କ ଅଧୀନରେ ଅଣାଯାଇଛି। ଏହା ପରେ ଯେଉଁ ଭଳି କମର୍ସିଆଲ ବ୍ୟାଙ୍କ କାର୍ଯ୍ୟସୂଚୀ ଉପରେ ଆରବିଆଇ ନିର୍ଦ୍ଦେଶ ଓ ଆଦେଶନାମା ଲାଗୁ ହେଉଛି ସେହିଭଳି ଏବେ କୋପରେଟିଭ ବ୍ୟାଙ୍କ ଉପରେ ମଧ୍ୟ ଲାଗୁ ହେବ । ବୁଧବାର କ୍ୟାବିନେଟ ବୈଠକ ପରେ ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।
ଜାଭେଦକର କହିଛନ୍ତି କି, ଭାରତରେ କୋପୋରେଟିଭ ବ୍ୟାଙ୍କର ବହୁତ ବଡ ଶାଖା ରହିଛି । ଏହି 1540 କୋପରେଟିଭ ବ୍ୟାଙ୍କରେ 8.6 କୋଟି ଜମାକର୍ତ୍ତା ଅଛନ୍ତି । ଏମାନଙ୍କ ମୋଟ ଜମା ପୁଞ୍ଜି 4.84 ଲକ୍ଷ କୋଟି ପାଖାପାଖି ରହିଛି । ଆଉ ଏବେ ରିଜର୍ଭ ବ୍ୟାଙ୍କ ଅଧିନରେ ଏହି ସବୁ ଆସିଲେ ଜମାକର୍ତ୍ତାଙ୍କ ବିଶ୍ବାସ ବଢିବ ।