ନୂଆଦିଲ୍ଲୀ: ଆର୍ଥିକ ବୋଝ ତଳେ ଲଦି ହୋଇପଡିଥିବା ୟେସ ବ୍ୟାଙ୍କ ସଙ୍କଟ ବଢୁଥିବାବେଳେ ଜମାକର୍ତ୍ତାଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଏବେ ଗ୍ରାହକ ନିଜ କ୍ରେଡିଟ କାର୍ଡ, ଇଏମଆଇ ତଥା ଅନ୍ୟାନ କିସ୍ତି ବକେୟାକୁ 2 ଅନ୍ୟ ବ୍ୟାଙ୍କ ଜରିଆରେ ଅନଲାଇନ କରିପାରିବେ । ବୁଧବାର ଏ ନେଇ ଟ୍ବିଟ କରି ୟେସ ବ୍ୟାଙ୍କ ସୂଚନା ଦେଇଛି ।
ଟ୍ବିଟରେ ବ୍ୟାଙ୍କ ଜଣାଇଛି ଯେ, ଗ୍ରାହକ ସେମାନଙ୍କ ବକେୟା ବାବଦରେ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅନଲାଇନରେ ପୈଠ କରିପାରିବେ ।
2 ଦିନ ତଳେ ୟେସ ବ୍ୟାଙ୍କ କ୍ରେଡିଟ କାର୍ଡ ବା ଋଣ ବକେୟା ପୈଠ ପାଇଁ ଅନ୍ୟ ବ୍ୟାଙ୍କ ଖାତାରୁ ଆଇଏମପିଏସ ଏବଂ ଏନିଏଫଟି (NEFT) ସୁବିଧା ପୁଣି ଆରମ୍ଭ କରିଥିଲା । ଏବେ ବ୍ୟାଙ୍କ ଏଭଳି ଦେୟ ପାଇଁ ଆରଟିଜିଏସ (RTGS ) ସେବାର ମଧ୍ୟ ଆରମ୍ଭ କରିଦେଇଛି ।