ଓଡିଶା

odisha

ETV Bharat / business

ବୁଡିପାରେ ମହାପ୍ରଭୁଙ୍କ ଟଙ୍କା - yes bank in crises

ୟେସ୍‌ ବ୍ୟାଙ୍କରୁ ଉଠିପାରିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ! କଥା ରଖିପାରିବେନି ଆଇନ ମନ୍ତ୍ରୀ ! କାରଣ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ । ଅଧିକ ପଢନ୍ତୁ...

jagannath temple money
ବୁଡିପାରେ ମହାପ୍ରଭୁଙ୍କ ଟଙ୍କା

By

Published : Mar 6, 2020, 8:15 AM IST

ଭୁବନେଶ୍ବର: ୟେସ୍‌ ବ୍ୟାଙ୍କରୁ ଉଠିପାରିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ! କଥା ରଖିପାରିବେନି ଆଇନ ମନ୍ତ୍ରୀ ! ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କର ଥିବା ସ୍ଥାୟୀ ଜମା 545 କୋଟି ଟଙ୍କା ଚଳିତ ମାସରେ ଉଠାଯାଇପାରିବ ନାହିଁ ! କାରଣ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ ।

ଏଣିକି ମାସକୁ ୟେସ ବ୍ୟାଙ୍କରୁ ମାତ୍ର 50 ହଜାର ଟଙ୍କା ଉଠାଯାଇପାରିବ । ଗୁରୁବାର ଏନେଇ ଆରବିଆଇ ନିର୍ଦ୍ଦେଶ ଦେଇଛି । ଏଥିସହ ୟେସ ବ୍ୟାଙ୍କର ବୋର୍ଡକୁ ଭାଙ୍ଗି ନିଜ କବଜାକୁ ନେଇଛି । ଏନେଇ ଚିନ୍ତାରେ ଜମାକାରୀ ।

ଏପଟେ ମହାପ୍ରଭୁଙ୍କ 626 କୋଟି 44 ଲକ୍ଷ 78 ହଜାର 444 ଟଙ୍କା ମଧ୍ୟରୁ ୟେସ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ରହିଛି 545 କୋଟି ଟଙ୍କା । ଯେଉଁଥିରେ କି, ଶ୍ରୀମନ୍ଦିରର ସମସ୍ତ ଖର୍ଚ୍ଚ ବହନ କରାଯାଏ । ତେବେ ଏତେ ଗୁଡିଏ ଟଙ୍କା ୟେସ୍‌ ବ୍ୟାଙ୍କରେ ଥିବାରୁ ଏହାକୁ ଉଠାଇ ଆଣି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ କୁହାଯାଇଥିଲା । ଖୋଦ୍‌ ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ଏହା କହିଥିଲେ ।

ମାର୍ଚ୍ଚ19ରୁ ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଏହି ଟଙ୍କା ୟେସ ବ୍ୟାଙ୍କରୁ ଉଠାଇବାକୁ ନିଷ୍ପତ୍ତି ହୋଇଥିବା ସେ ଦର୍ଶାଇଥିଲେ । ତେବେ ଆରବିଆଇର ଏଭଳି କଟକଣା ପରେ ଏବେ ଶ୍ରୀମନ୍ଦିର ଟଙ୍କାର ଭବିଷ୍ୟତ କଣ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details