ଓଡିଶା

odisha

ETV Bharat / business

ୟେସ ବ୍ୟାଙ୍କ ଜମାକର୍ତ୍ତାଙ୍କ ଟଙ୍କା ସମ୍ପୁର୍ଣ୍ଣ ସୁରକ୍ଷିତ: ଆରବିଆଇ ଗଭର୍ଣ୍ଣର - Shaktikanta Das press conference

ମଉଳିଗଲା ରେପୋରେଟ ଦର ହ୍ରାସ ଆଶା । ସୁଧହାର ନିଷ୍ପତ୍ତି କେବଳ ମୁଦ୍ରାନୀତି ବୈଠକରେ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ..

Yes Bank Depositors money is fully safe and secure: Shaktikanta Das
ୟେସ ବ୍ୟାଙ୍କ ଜମାକର୍ତ୍ତାଙ୍କ ଟଙ୍କା ସମ୍ପୁର୍ଣ୍ଣ ସୁରକ୍ଷିତ

By

Published : Mar 16, 2020, 5:59 PM IST

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିଛି । ଚିନ୍ତା କରିବା ନେଇ କୌଣସି ବିଷୟ ନାହିଁ । ଆସନ୍ତା 18 ସନ୍ଧ୍ୟା 6 ଟାରୁ ସ୍ବଭାବିକ ହେବ ବ୍ୟାଙ୍କିଙ୍ଗ ସେବା । ଏନେଇ ଜମାକର୍ତ୍ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ ରୋପୋରେଟ ଦର ହ୍ରାସ ନେଇ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

କୋରୋନା ଭାଇରସର ମୁକାବିଲା ପାଇଁ ପ୍ରାୟ ବହୁତ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ରେପୋରେଟ ଦର ହ୍ରାସ କରିଥିବା ବେଳେ ଆରବିଆଇ ଶୀଘ୍ର ଏନେଇ ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଥିଲା । ଗଣମାଧ୍ୟମର ଏହି ପ୍ରଶ୍ନର ଉତ୍ତରରେ ଗଭର୍ଣ୍ଣର କହିଛନ୍ତି ଯେ, ଆରବିଆଇ ବୋର୍ଡ ନିୟମ ଅନୁଯାୟୀ ରୋପୋରେଟ ନିଷ୍ପତ୍ତି କେବଳ ମୁଦ୍ରାନୀତି ବୈଠକରେ ହିଁ ନିଆଯିବ । ତେବେ ଆଗକୁ ଏ ନେଇ ଯାହା ଆବଶ୍ୟକ ପଡିବ ସେ ନେଇ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶକ୍ତିକାନ୍ତ ।

ସାମ୍ବାଦିକ ସମ୍ମିଳନୀରରେ ଶକ୍ତିକାନ୍ତ ଦାସ ଭାରତୀୟ ବ୍ୟାଙ୍କ ସୁରକ୍ଷିତ ଥିବା ନେଇ ଦୃଢୋକ୍ତି ଦେଇଛନ୍ତି । ଏଥିସହ କୋରୋନା ଭାଇରସରୁ ଦୂରେଇ ରହିବାକୁ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେବାକୁ ଜଣାଇଛନ୍ତି ।

ଏଥିସହ ଦାସ କହିଛନ୍ତି ଯେ, "ଏହି ମହାମାରୀରେ ଭାରତ ପ୍ରତିରୋଧକ ନୁହେଁ, ପୂର୍ବରୁ 100 ରୁ ଅଧିକ ମାମଲା ରୁଜୁ ହୋଇସାରିଛି । ଏହାର ମୁକାବିଲା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । କୋଭିଡ -19 ସିଧାସଳଖ ବାଣିଜ୍ୟ ମାଧ୍ୟମରେ ଭାରତକୁ ପ୍ରଭାବିତ କରିପାରେ ।

ABOUT THE AUTHOR

...view details