ନୂଆଦିଲ୍ଲୀ: ଅନ୍ୟ ବ୍ୟାଙ୍କ ଏଟିଏମରେ ବ୍ୟବହାର କରିହେବ ୟେସ ବ୍ୟାଙ୍କ ଡେବିଟ କାର୍ଡ । ଏନେଇ ଶନିବାର ଘୋଷଣା କରିଛି ୟେସ ବ୍ୟାଙ୍କ।
ୟେସ ବ୍ୟାଙ୍କ ଏଟିଏମରୁ ଟଙ୍କା ନ ବାହାରିବାର ଅଭିଯୋଗ ଆସିବା ପରେ ଏପରି କହିଛି ବ୍ୟାଙ୍କ । ୟେସ ବ୍ୟାଙ୍କରୁ ମାସକୁ ମାତ୍ର 50,000 ଟଙ୍କା ଉଠାଣ କରିପାରିବେ ବୋଲି ପୂର୍ବରୁ ସରକାର କହିଥିଲେ । ତେବେ ଏହି ଆଦେଶ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।