ହାଇଦ୍ରାବାଦ: କୋରୋନା ପ୍ରଭାବରେ ଦୁର୍ବଳ ଓ ରୁଗ୍ନ ଅର୍ଥବ୍ୟବସ୍ଥାକୁ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ବହୁ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଅର୍ଥନୀତିର ପ୍ରମୁଖ ଦିଗକୁ ଧ୍ୟାନ ଦେଇ ବିଭିନ୍ନ ସେକ୍ଟରକୁ ବୁଷ୍ଟର ଦେବାକୁ ହୋଇଛି ବହୁ ଘୋଷଣା । ତେବେ 2019ରେ ଟିକସ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଥିଲା ବେଳେ 2020 ରେ ବ୍ୟାଙ୍କିଙ୍ଗ ସେକ୍ଟର ଓ ରିଅଲ ଇଷ୍ଟେଟ ଭଳି ବିଭିନ୍ନ ସେକ୍ଟର ଓ ଶ୍ରେଣୀ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଛନ୍ତି ବମ୍ପର ଆର୍ଥିକ ପ୍ୟାକେଜ । ତେବେ ଜାଣନ୍ତୁ ଅର୍ଥନୀତିକୁ ସଞ୍ଜିବନୀ ଦେବାକୁ 2020ରେ ଅର୍ଥନୀତି ପାଇଁ ହୋଇଥିବା ପ୍ରମୁଖ ଘୋଷଣା-
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ -
ପ୍ୟାକେଜ ଘୋଷଣାର ପ୍ରଥମ ପର୍ଯ୍ୟାୟ ଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । 1.70 ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜରେ କେନ୍ଦ୍ର ସରକାର ମାଗଣା ଖାଦ୍ୟ ଶସ୍ୟ , ମହିଳା, ଗରିବ , ବରିଷ୍ଠ ନାଗରିକ , ଚାଷୀଙ୍କୁ ଟଙ୍କା ଦେଇଛନ୍ତି । ପ୍ୟାକେଜର ଶୀଘ୍ର କାର୍ଯ୍ୟକାରିତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ନଜର ରଖାଯାଉଛି । ପ୍ୟାକେଜରେ 42 କୋଟିରୁ ଅଧିକ ଗରିବ ଲୋକ 65,454 କୋଟି ଟଙ୍କା ଆର୍ଥିକ ସହାୟତା ପାଇଛନ୍ତି ବୋଲି ସରକାର କହିଛନ୍ତି ।
ଆତ୍ମନିର୍ଭର ଭାରତ ଅଭିଯାନ
କୋରୋନା ମହାମାରୀ ଲକଡାଉନ ଯୋଗୁଁ ଶିଳ୍ପ ଜଗତ ମାଟି କାମୁଡିବା ସମୟରେ କେନ୍ଦ୍ର ସରକାର ଆଣିଲେ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ । 20.97 ଲକ୍ଷ କୋଟିର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜକୁ 5ଟି କିସ୍ତିରେ ଆଣିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଶିଳ୍ପ , କୃଷି-ଆନୁସଙ୍ଗିକ , ସ୍ବାସ୍ଥ୍ୟ , ଶିକ୍ଷା ଭଳି କ୍ଷେତ୍ରଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । କୋଭିଡ ଆଘାତରେ ମଳିନ ପଡିଥିବା ଅଭିବୃଦ୍ଧିର ରଙ୍ଗ ପୁଣି ତେଜିଆନ ପାଇଁ ଏହା ଜରିଆରେ ହୋଇଛି ପ୍ରୟାସ ।
- କୋଲ ଇଣ୍ଡିଆର ଏକଛତ୍ରବାଦରେ ପୂର୍ଣ୍ଣଚ୍ଛେଦ ଲାଗିଛି । ନିବେଶ ହେବ 50 ହଜାର କୋଟି ।
- ପିପିପି ମୋଡରେ ବିମାନ ବନ୍ଦର ନିର୍ମାଣକୁ ଅନୁମତି ।
- ପ୍ରତିରକ୍ଷା ଉତ୍ପାଦନରେ ଏଫଡିଆଇ ନିବେଶକୁ 74 ପ୍ରତିଶତ ବଢାଇବାକୁ ଘୋଷଣା
- ଖଣିଜ କ୍ଷେତ୍ରରେ ଆସିବ ନୀତିଗତ ସଂସ୍କାର
- ଖଣିଜ କ୍ଷେତ୍ରରେ ଘରୋଇ ନିବେଶର ସମ୍ପ୍ରସାରଣ
- ସାମାଜିକ ଭିତ୍ତିଭୂମିରେ ଘରୋଇ ନିବେଶ ବୃଦ୍ଧି
- ଲକ୍ଷେ କୋଟିର ଭିତ୍ତିଭୂମି ପାଣ୍ଠି , ଅଣୁ ଖାଦ୍ୟ ଉଦ୍ୟୋଗ ପାଇଁ 10 ହଜାର କୋଟି
- ମତ୍ସ୍ୟଚାଷ ପାଇଁ 20 ହଜାର କୋଟି, ମହୁଚାଷ ପାଇଁ 500 କୋଟି, ଆୟୁର୍ବେଦିକ ଚାଷକୁ ପ୍ରୋତ୍ସାହନ
- 15 ହଜାର କୋଟିର ପଶୁ ସମ୍ପଦ ଭିତ୍ତିଭୂମି ପାଣ୍ଠି, ଅଣୁ ଖାଦ୍ୟ ଉଦ୍ୟୋଗକୁ 10 ହଜାର କୋଟି
- ଉଠା ଦୋକାନୀଙ୍କ ପାଇଁ 5 ହଜାର କୋଟିର ଋଣ
- କ୍ଷୁଦ୍ର ଚାଷୀଙ୍କୁ 30 ହଜାର କୋଟିର ନାବାର୍ଡ ସହାୟତା
‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ବଜେଟ ବିବରଣୀ
- ପ୍ରଥମ ଦିନରେ (ରାଉଣ୍ଡ-1) 5,94,550 କୋଟି ଟଙ୍କାର ଆବଣ୍ଟନ ।
- ଦ୍ବିତୀୟ ଦିନରେ (ରାଉଣ୍ଡ-2) କୃଷି , ଗୃହ, ଗ୍ରାମୀଣ କ୍ଷେତ୍ର ପାଇଁ 3,10,000 କୋଟି ଟଙ୍କାର ବ୍ୟୟବରାଦ ।
- ତୃତୀୟ ଦିନ(ରାଉଣ୍ଡ-3) କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପୁନର୍ଜୀବିତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ 1,50,000 କୋଟି ଟଙ୍କା ବଣ୍ଟନ ।
- ଚତୁର୍ଥ ଓ ପଞ୍ଚମ ଦିନ(ରାଉଣ୍ଡ-4 ଓ 5)ରେ କୋଇଲା ଠାରୁ ବିମାନ ସେବା ଓ ସ୍ବାସ୍ଥ୍ୟ, ଶିକ୍ଷା ଠାରୁ ବ୍ୟବସାୟୀଙ୍କ ପାଇଁ 48,100 କୋଟି ଟଙ୍କାର ପ୍ଲାନ ଅଣାଯାଇଛି ।
- ମୋଟ ରିବ୍ୟୁଟ ଡୋଜ ସହାୟତା - 11,02,650
- ପ୍ୟାକେଜ ଘୋଷଣା ପୂର୍ବରୁ ଡୋଜ- 9,94,403 - ମୋଟ 20 ,97,053 କୋଟି ଟଙ୍କା
- ଏହା ବ୍ୟତିତ ପ୍ୟାକେଜରେ ପିଏମଜିକେପି ଅଧିନରେ 1,92,800 କୋଟି ଟଙ୍କା ଓ ଆରବିଆଇ ଉପାୟ ଜରିଆରେ 8,01,603 କୋଟି ଟଙ୍କାର ଉପାୟ ମଧ୍ୟ ଏହି ମହାପ୍ୟାକେଜରେ ସାମିଲ ରହିଛି । ଯାହାକି 9,94,403 କୋଟି ଟଙ୍କାର ବଜେଟ ରହିଛି ।
ଆତ୍ମନିର୍ଭର ଭାରତ ପ୍ୟାକେଜ - 2 ( ଅକ୍ଟୋବର 12)
- ଅକ୍ଟୋବର 12ରେ ପୁଣି ଘୋଷଣା ହେଲା 73 ହଜାର କୋଟିର ପ୍ୟାକେଜ
- ରାଜ୍ୟକୁ 50 ବର୍ଷୀୟା 12 ହଜାର କୋଟିର ସୁଧମୁକ୍ତ ଋଣ
- କେନ୍ଦ୍ର କର୍ମଚାରୀଙ୍କୁ 10,000 ଟଙ୍କା ଲେଖାଏଁ ସୁଧରହିତ ଋଣ ପ୍ରଦାନ
- ଅତିରିକ୍ତ ବ୍ୟୟ ବରାଦ ବାବଦକୁ 25,000 କୋଟି ଟଙ୍କାର ଘୋଷଣା