ଓଡିଶା

odisha

By

Published : Aug 14, 2020, 4:39 PM IST

ETV Bharat / business

ପୁଣି ଜୁଲାଇରେ ହ୍ରାସ WPI, ମହଙ୍ଗା ଖାଦ୍ୟସାମଗ୍ରୀ

ଖାଦ୍ୟ ପଦାର୍ଥର ମୁଦ୍ରାସ୍ପୀତି ଜୁଲାଇରେ 4.08 ପ୍ରତିଶତ ରହିଛି । 1 ମାସ ପୂର୍ବରୁ ଜୁନରେ ରେ ଏହା 2.04 ପ୍ରତିଶତ ଥିଲା । ତେବେ ଇନ୍ଧନ ଓ ବିଦ୍ୟୁତ ମୁଦ୍ରାସ୍ପୀତି 9.84 ପ୍ରତିଶତ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ପୁଣି ଜୁଲାଇରେ ହ୍ରାସ WPI, ମହଙ୍ଗା ଖାଦ୍ୟସାମଗ୍ରୀ
ପୁଣି ଜୁଲାଇରେ ହ୍ରାସ WPI, ମହଙ୍ଗା ଖାଦ୍ୟସାମଗ୍ରୀ

ନୂଆଦିଲ୍ଲୀ: ଜୁଲାଇ ମାସରେ ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ ନକରାତ୍ମକ 0.58 ପ୍ରତିଶତ ରହିଛି । ଏହି ଅବଧିରେ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି ।

ଏହା ପୂର୍ବ ମାସ ଅର୍ଥାତ ଜୁନ ରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ 1.81 ପ୍ରତିଶତ ହ୍ରାସ ହୋଇଥିଲା । ଏହା ଦୃଷ୍ଟିରୁ ଜୁଲାଇରେ ସାମାନ୍ୟ ସୁଧାର ଦେଖାଦେଇଛି ।

ମଙ୍ଗଳବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ଜାରି ରିପୋର୍ଟ ମୁତାବକ ମାସିକ ହୋଲସେଲ ମୁଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତିର ବାର୍ଷିକ ଦର 2020 ଜୁଲାଇ ମାସରେ ନକରାତ୍ମକ 0.58 ପ୍ରତିଶତ ରହିଛି। ଯାହାକି 1 ବର୍ଷ ପୂର୍ବେ ଏହି ମାସରେ 1.17 ପ୍ରତିଶତ ଉପରେ ଥିଲା ।

ଖାଦ୍ୟ ପଦାର୍ଥର ମୁଦ୍ରାସ୍ପୀତି ଜୁଲାଇରେ 4.08 ପ୍ରତିଶତ ରହିଛି । 1 ମାସ ପୂର୍ବରୁ ଜୁନରେ ରେ ଏହା 2.04 ପ୍ରତିଶତ ଥିଲା । ତେବେ ଇନ୍ଧନ ଓ ବିଦ୍ୟୁତ ମୁଦ୍ରାସ୍ପୀତି 9.84 ପ୍ରତିଶତ ହ୍ରାସ ହୋଇଛି । ତେବେ ଏହା ପୂର୍ବ ମାସରେ 13.60 ପ୍ରତିଶତ ରହିଥିଲା । ସେହିପରି ବିନିର୍ମାଣ ଉଦ୍ୟୋଗର ମୁଦ୍ରାସ୍ପୀତି ଜୁଲାଇରେ 0.51 ପ୍ରତିଶତ ଥିଲା । ଯାହା ଜୁନରେ 0.08 ପ୍ରତିଶତ ଥିଲା ।

ଗତ ସପ୍ତାହରେ ଆରବିଆଇ ରେପୋରେଟ ହାରକୁ ଅପରିବର୍ତ୍ତିତ ରଖି କହିଥିଲା କି ମୁଦ୍ରାସ୍ପୀତି ବିପଦ ଜାରି ରହିଛି । କେନ୍ଦ୍ରୀୟ ବ୍ୟାଙ୍କର ଅନୁମାନ ରହିଛି କି ଅକ୍ଟୋବର-ମାର୍ଚ୍ଚ ଅବଧିରେ ଖୁଚୁରା ମୁଦ୍ରାସ୍ପୀତି ଖସିବ ।

ABOUT THE AUTHOR

...view details