ନୂଆଦିଲ୍ଲୀ: କୋରୋନା ଝଡରେ ଥରହର ବିଶ୍ବ ଅର୍ଥବ୍ୟବସ୍ଥା । ଛିନଛତର ଇକ୍ବିଟି ବଜାର । ଏସିଆ ଠାରୁ ୟୁରୋପ ପର୍ଯ୍ୟନ୍ତ ସବୁ ପ୍ରାୟ ସବୁ ଷ୍ଟକ ମାର୍କେଟରେ ଚିତପଟ୍ଟାଙ୍ଗ ସେୟାର ସୂଚକାଙ୍କ । ଆଉ ଏଥିରେ ନିବେଶକ ଛାନିଆ ହୋଇଥିଲା ବେଳେ ପ୍ରଭାବିତ ବିଶ୍ବର ପ୍ରମୁଖ ଅରବପତି ।
ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ , ସମଗ୍ର ଦୁନିଆର ଶ୍ରେଷ୍ଠ 500 ଅରବପତିଙ୍କ ସମ୍ପତ୍ତି 7 ଦିନରେ ପାଖାପାଖୀ 444 ଅରବ ଡଲାର(ପାଖାପାଖୀ 31.52 ଲକ୍ଷ କୋଟି ଟଙ୍କା) ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅର୍ଥାତ ପୂରା 7 ଦିନ କାରବାରରେ 31 ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବୁଡିଯାଇଛି ।