ଓଡିଶା

odisha

By

Published : Mar 31, 2020, 9:44 PM IST

ETV Bharat / business

‘ମାନ୍ଦା ମୁହାଁ ବିଶ୍ବ ଅର୍ଥନୀତି, ଭାରତ- ଚୀନ ପଡିବେ ବାଦ’

କୋରୋନା ଆଣିଲା ସଙ୍କଟ । କ୍ଷତିର ମାତ୍ରା ବୃଦ୍ଧି ପାଉଥିବାରୁ ମାନ୍ଦାବସ୍ଥା ଜଳ ଜଳ ଦେଖାଦେଲାଣି । ଏଥିଯୋଗୁଁ ପୂରା ବିଶ୍ବ ପ୍ରଭାବିତ ହେବ । ହେଲେ ଭାରତ ଓ ଚୀନ ଏଥିରୁ ବ୍ୟତିକ୍ରମ ହୋଇପାରନ୍ତି !

World economy will go into recession
‘ମାନ୍ଦା ମୁହାଁ ବିଶ୍ବ ଅର୍ଥନୀତି , ଭାରତ- ଚୀନ ପଡିବେ ବାଦ’

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଏ ବର୍ଷ ମାନ୍ଦାବସ୍ଥାକୁ ପ୍ରବେଶ କରିବ ବିଶ୍ବ ଅର୍ଥବ୍ୟବସ୍ଥା । ଯଦିଓ ଭାରତ ଏବଂ ଚୀନ ଏହାର ବ୍ୟତିକ୍ରମ ହୋଇପାରେ । ମିଳିତ ଜାତିସଂଘର ତାଜା ରିପୋର୍ଟରେ ଏ ନେଇ କୁହାଯାଇଛି ।

ଏହି ଆର୍ଥିକ ରିପୋର୍ଟ ମୁତାବକ କୋରୋନା ଯୋଗୁଁ ଅରବ ଅରବ ଡଲାର କ୍ଷତି ହୋଇଛି । ଆଉ ଏହା ଅର୍ଥନୀତିକୁ ସଙ୍କଟକୁ ଠେଲି ଦେଇଛି । ଏଥିଯୋଗୁଁ ବିକାଶଶୀଳ ଦେଶ ଗୁଡିକର ପ୍ରାୟ ଦୁଇ-ତୃତୀୟାଂଶ ଲୋକ ଅଦ୍ଭୁଦପୂର୍ବ ଆର୍ଥିକ ସଙ୍କଟର ସାମ୍ନା କରିବେ । ତେବେ ଭାରତ ଓ ଚୀନ ଏଥିରୁ କିପରି ଓ କାହିଁକି ବ୍ୟତିକ୍ରମ ହେବେ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ତେବେ ଏହି ମାନ୍ଦାବସ୍ଥା ମୁହାଁ ଦେଶର ସାହାଯ୍ୟ ପାଇଁ 2500 ଅରବ ଡଲାରର ରିଲିଫ ପ୍ୟାକେଜ ମଧ୍ୟ ସୁପାରିଶ କରାଯାଇଛି ବୋଲି ମିଳିତ ଜାତିସଂଘ ଜଣାଇଛି ।

ABOUT THE AUTHOR

...view details