ଓଡିଶା

odisha

ETV Bharat / business

ବିଶ୍ବ ବ୍ୟାଙ୍କର ଆକଳନ: ଭାରତର ଅଭିବୃଦ୍ଧି 5%କୁ ଖସିବ - World Banks pegs India growth rate at 5%

ଭାରତର ଅଭିବୃଦ୍ଧିକୁ ନେଇ ବିଶ୍ବ ବ୍ୟାଙ୍କର ଆକଳନ । ଏଥର ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 5 ପ୍ରତିଶତ ରହିବ । ଯାହା ବାଂଲାଦେଶ ଠାରୁ ବହୁତ କମ ରହିବ । ଅଧିକ ପଢନ୍ତୁ...

World Banks pegs India growth rate at 5%
ଭାରତ ଅଭିବୃଦ୍ଧି 5%କୁ ଖସିବ

By

Published : Jan 9, 2020, 4:03 PM IST

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2019-20ରେ ମାତ୍ର 5 ପ୍ରତିଶତ ରହିବ ଭାରତର ଅଭିବୃଦ୍ଧି । ଯାହାକି ବାଂଲାଦେଶ ଠାରୁ ବହୁତ କମ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ, କେନ୍ଦ୍ରୀୟ ପରିଂସଖ୍ୟାନ କାର୍ଯ୍ୟାଳୟ ପରେ ଏଭଳି ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ବିଶ୍ବ ବ୍ୟାଙ୍କ । ପୂର୍ବରୁ ଏହି ଅନୁମାନ 6 ପ୍ରତିଶତ ରହିଥିଲା ।

ଭାରତ ଅଭିବୃଦ୍ଧି 5%କୁ ଖସିବ


ବର୍ତ୍ତମାନର ଆର୍ଥିକ ସ୍ଥିତି ଦେଖିବାକୁ ଗଲେ କେବଳ ଏଥର ନୁହେଁ ଆସନ୍ତା ଆର୍ଥିକ ବର୍ଷ ମଧ୍ୟ ଜିଡିପି ଆକଳନକୁ 5.8 ପ୍ରତିଶତ ରଖିଛି ବିଶ୍ବ ବ୍ୟାଙ୍କ ।

ଭାରତଠାରୁ ଅଧିକ ରହିବ ବାଂଲାଦେଶ ଜିଡିପି

ବିଶ୍ବ ବ୍ୟାଙ୍କ କହିବା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ବାଂଲାଦେଶର ଜିଡିପି 7 ପ୍ରତିଶତକୁ ବଢିବ । ସେପଟେ ଆର୍ଥିକ ସଙ୍କଟରେ ଜୁଝୁଥିବା ପାକିସ୍ତାନର ଜଡିପି ଚଳିତ ବର୍ଷ 3 ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।

ୱାର୍ଲ୍ଡ ବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରୋସ୍ପେକ୍ଟସ୍ ରିପୋର୍ଟରେ କୁହାଯାଇଛି ଯେ, ‘‘ଭାରତରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀର ଋଣ ବିତରଣ କ୍ରମଶଃ ଦୁର୍ବଳ ହେଉଛି । ଏଣୁ ଚଳିତ ଆର୍ଥିକ ବର୍ଷ ଜିଡିପି 5 ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି ।

ଏହା ପୂର୍ବରୁ 2018-19ରେ ବାସ୍ତବିକ ଅଭିବୃଦ୍ଧି 6.8 ରହିଥିଲା । ସେହିପରି 2017-18ରେ ଜିଡିପି 7.2 ପ୍ରତିଶତ ଥିଲା ।

ABOUT THE AUTHOR

...view details