ନୂଆଦିଲ୍ଲୀ: ସାବଧାନ ! ବିଶ୍ବ ବ୍ୟାଙ୍କ ନାଁ ଓ ଲୋଗୋ ବ୍ୟବହାର କରି ଡେବିଟ ଓ କ୍ରେଡିଟ କାର୍ଡ ଜରିଆରେ ହେଉଛି ଠକେଇ । ଆଉ ଏହି ଠକେଇକୁ ନେଇ ଲୋକଙ୍କୁ ସତର୍କ କରାଇଛି ବିଶ୍ବ ବ୍ୟାଙ୍କ ।
ସତର୍କ! ବିଶ୍ବ ବ୍ୟାଙ୍କ ଲୋଗୋରେ ଜାରି ହେଉଛି ନକଲି ଡେଟିବ ଓ କ୍ରେଡିଟ କାର୍ଡ - World Bank
ସଚେତନ ରହିବା ସହ ନକଲି କ୍ରେଡିଟ ଓ ଡେବିଟ କାର୍ଡ ବ୍ୟବହାରରୁ ରୁହନ୍ତୁ ନିବୃତ୍ତ । ବିଶ୍ବ ବ୍ୟାଙ୍କ ନାଁ ଓ ଲୋଗୋ ବ୍ୟବହାର ହୋଇ ଜାରି ହେଉଥିବା କ୍ରେଡିଟ ଓ ଡେବିଟ କାର୍ଡରୁ ଦୂରେଇ ରୁହନ୍ତୁ । ଅଧିକ ପଢନ୍ତୁ...
ବହୁପକ୍ଷୀୟ ଋଣ ଏଜେନ୍ସି ଅନୁସାରେ, ଭାରତରେ ଡେବିଟ ଓ କ୍ରେଡିଟ କାର୍ଡର ଏଭଳି ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହି ଆଡଭାଇଜରି ଜାରି ହୋଇଛି । ଏହି ଆଡଭାଇଜରିରେ କୁହାଯାଇଛି ଯେ, ‘‘ ବିଶ୍ବ ବ୍ୟାଙ୍କ ସମୂହ ଡେବିଟ ଓ କ୍ରେଡିଟ କାର୍ଡ ଜାରି କରିନଥାଏ । ବ୍ୟାଙ୍କ ସମୂହ ସେହି ବ୍ୟକ୍ତି ଓ ସମୂହ ସହ କୌଣସି ଭାବେ ଜଡିତ ନୁହଁନ୍ତି । ଯେଉଁମାନେ ଏଭଳି ନକଲୀ କାର୍ଡ ଜାରି କରୁଛନ୍ତି । ଏଥିସହ ଜନତା ଏଭଳି ଠକେଇ ପ୍ରଥାରୁ ସାବଧାନ ରହିବାକୁ ପରeମର୍ଶ ଦିଆଯାଇଛି ।
ଏହା ବାଦ କୁହାଯାଇଛି ଯେ, ‘‘ ଦୟାକରି ବିଶ୍ବ ବ୍ୟାଙ୍କର କାର୍ଯ୍ୟକ୍ରମ ଓ ନୀତି ବିଷୟରେ କୌଣସି ମଧ୍ୟ ପ୍ରକାର ସ୍ପଷ୍ଟୀକରଣ ପାଇଁ ଏହାର ୱେବସାଇଟ www.worldbank.org ରେ ଯାଇ ଯାଞ୍ଚ କରନ୍ତୁ । ’’