ଓଡିଶା

odisha

ETV Bharat / business

କାରବାର ସୁଗମତା-ବ୍ୟାପରରେ ସହଯୋଗ କରୁଛି ଭାରତୀୟ ସୀମା ଶୁଳ୍କ - international customs day

ଭାରତୀୟ ସୀମା ଶୁଳ୍କ ବିଭାଗର କାର୍ଯ୍ୟକାରୀତା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଆଜି ବିଭାଗ କାରବାର ସୁଗମତା ତଥା ବ୍ୟାପାରରେ ସହଯୋଗ ଦେଉଛି । ଅଧିକ ପଢନ୍ତୁ..

କାରବାର ସୁଗମତା-ବ୍ୟାପରରେ ସହଯୋଗ କରୁଛି ଭାରତୀୟ  ସୀମା ଶୁଳ୍କ
କାରବାର ସୁଗମତା-ବ୍ୟାପରରେ ସହଯୋଗ କରୁଛି ଭାରତୀୟ ସୀମା ଶୁଳ୍କ

By

Published : Jan 28, 2021, 6:24 AM IST

ନୂଆଦିଲ୍ଲୀ: ଭାରତୀୟ ସୀମା ଶୁଳ୍କର କାର୍ଯ୍ୟକାରୀତା ଆଜି କାରବାର ସୁଗମତା ତଥା ବ୍ୟବସାୟରେ ସହଯୋଗ ଆଡକୁ ସ୍ଥାନାନ୍ତରିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ କହିଛନ୍ତି ।

ଅନ୍ତରାଷ୍ଟ୍ରୀୟ ସୀମା ଶୁଳ୍କ ଦିବସ (ଜାନୁଆରୀ 28) ପାଇଁ ମେସେଜ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି କି ସୀମା ଶୁଳ୍କ ଅଧିକାରୀଙ୍କ ଦ୍ବାରା ଲୋକକେନ୍ଦ୍ରିକ ଆଭିମୁଖ୍ୟ ବିଭାଗର କାର୍ଯ୍ୟରେ ପରିବର୍ତ୍ତନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବ ।

ସେ କହିଛନ୍ତି କି, ‘ ଭାରତୀୟ ସୀମା ଶୁଳ୍କ ବିଭାଗର କାର୍ଯ୍ୟକାରୀତା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଆଜି ବିଭାଗ କାରବାର ସୁଗମତା ତଥା ବ୍ୟାପାରରେ ସହଯୋଗ ଦେଉଛି । ’

ବିଶ୍ୱ କଷ୍ଟମ୍ସ ସଙ୍ଗଠନ ଚଳିତ ବର୍ଷ ପାଇଁ ' ସୀମା ଶୁଳ୍କରୁ ପୁନରୁଦ୍ଧାର, ​​ନବୀକରଣ ଏବଂ ସ୍ଥାୟୀ ଯୋଗାଣ ଶୃଙ୍ଖଳାର ମିଳିତ କ୍ଷମତାରେ ସହାୟତା' ଥିମ ଚୟନ କରିଛି, ଯାହା ଆଜିର ପରିସ୍ଥିତି ସହିତ ଅନୁରୂପ ଅଟେ । ସୀତାରମଣ ଜଣାଇଛନ୍ତି କି ସୁରକ୍ଷିତ ଯୋଗାଣ ଶୃଙ୍ଖଳା ଆମର ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ନିଜ ମେସେଜରେ ଜଣାଇଛନ୍ତି କି, ‘ବର୍ତ୍ତମାନ ସମୟରେ ଆମେ ମହାମାରୀ କବଳରୁ ମୁକୁଳୁଛୁ, ଆମର ସୀମାର ସୁରକ୍ଷା ଦୃଷ୍ଟିରୁ ସୀମା ଶୁଳ୍କ ବିଭାଗର ଭୂମିକା ଆହୁରୀ ଗୁରୁତ୍ବପୂର୍ଣ୍ଣ ହୋଇଛି ।’

ସେପଟେ ସରକାର ଆଗାମୀ ବଜେଟରେ କିଛିଟା ଉପକରଣ ଉପରେ କଷ୍ଟମ ଡ୍ଯୁଟି ବଢାଇବା ପାଇଁ ଯୋଜନା କରୁଥିବା ସୂତ୍ରରୁ ଜଣାପଡିଛି । ତେବେ ସୀମା ଶୁଳ୍କ ବଢିବା ପରେ ଆତ୍ମନିର୍ଭର ଭାରତ ମିଶନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରହିଛି ।

ABOUT THE AUTHOR

...view details