ହାଇଦ୍ରାବାଦ: ପୁଣି ବିଶ୍ବର ଶ୍ରେଷ୍ଠ 10 ଧନୀଙ୍କ ଭିତରେ ନିଜ ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । 67 ଅରବ ଡଲାର ସମ୍ପତ୍ତି ସହ ହୁରୁନ ଗ୍ଲୋବାଲ ଧନୀ ତାଲିକା2020ର 9ମ ସ୍ଥାନରେ ରହିଛନ୍ତି ମୁକେଶ ।
ଗତ ବର୍ଷ ତୁଳନାରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି 13 ବିଲିୟନ ଡଲାର ବା 24 ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ ଦ୍ବିତୀୟ ଥର ପାଇଁ ସେ ବିଶ୍ବର ଶ୍ରେଷ୍ଠ 10 ଧନୀକଙ୍କ ମଧ୍ୟ ନିଜ ସ୍ଥାନ ବଜାୟ ରଖିଲେ ମୁକେଶ । ହୁରୁନ ଗ୍ଲୋବାଲ ଧନୀ ତାଲିକା 2019ରେ ମୁକେଶ 10ମ ସ୍ଥାନରେ ରହିଥିଲେ ।