ଓଡିଶା

odisha

By

Published : Jul 31, 2020, 2:00 PM IST

ETV Bharat / business

ଶୀଘ୍ର ଲଞ୍ଚ ହେବ ଲ୍ୟାଣ୍ଡ ବ୍ୟାଙ୍କ, ଗଢି ଉଠିବ ଉଦ୍ୟୋଗ

ଉଦ୍ୟୋଗ ପାଇଁ ବିଭିନ୍ନ ରାଜ୍ୟରେ ପର୍ଯ୍ୟାପ୍ତ ଜମି ରହିଛି । ଏଥିପାଇଁ ଶୀଘ୍ର ଭୂମି ବ୍ୟାଙ୍କ ଲଞ୍ଚ ହେବ ବୋଲି କହିଛନ୍ତି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ । ଅଧିକ ପଢନ୍ତୁ..

ଶୀଘ୍ର ଲଞ୍ଚ ହେବ ଲ୍ୟାଣ୍ଡ ବ୍ୟାଙ୍କ , ଗଢି ଉଠିବ ଉଦ୍ୟୋଗ
ଶୀଘ୍ର ଲଞ୍ଚ ହେବ ଲ୍ୟାଣ୍ଡ ବ୍ୟାଙ୍କ , ଗଢି ଉଠିବ ଉଦ୍ୟୋଗ

ନୂଆଦିଲ୍ଲୀ: ଶିଳ୍ପ ପାଇଁ କେତେକ ରାଜ୍ୟରେ ଉପଲବ୍ଧ ଜମିକୁ ନେଇ ଖୁବ ଶୀଘ୍ର ଏକ 'ଅନଲାଇନ୍' ଲ୍ୟାଣ୍ଡ ବ୍ୟାଙ୍କ ଆରମ୍ଭ ହେବ। ଏହା ଅଧୀନରେ 5,00,000 ହେକ୍ଟର କ୍ଷେତ୍ର ଚିହ୍ନଟ କରାଯାଇଛି । ଗୁରୁବାର କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ।

ଗୋଏଲ କହିଛନ୍ତି କି, ମନ୍ତ୍ରାଳୟ ଲ୍ୟାଣ୍ଡ ବ୍ୟାଙ୍କ ପୋର୍ଟାଲ ପ୍ରସ୍ତୁତ କରିବା ପାଇଁ ପ୍ରଚେଷ୍ଟା କରୁଛି । ଏହି ଅଞ୍ଚଳରେ କୌଣସି ମଧ୍ୟ ବ୍ୟକ୍ତି ଦୁନିଆରେ କୌଣସି ସ୍ଥାନରେ ବସି ମଧ୍ୟ ‘ଗୁଗଲ ବିଜେନସ ମ୍ୟାପ’ ଜରିଆରେ ଭୁଖଣ୍ଡକୁ ଦେଖିପାରିବ । ଏହି ସବୁ ଜମି ସମଗ୍ର ଦେଶରେ ଉପଲବ୍ଧ ।

ମନ୍ତ୍ରୀ ଉଦ୍ୟୋଗ ସଂଘ ସିଆଇଆଇ ଦ୍ବାରା ଆୟୋଜିତ ଏକ ୱେବିନାରରେ କହିଛନ୍ତି କି, ‘‘ଶୀଘ୍ର ମୁଁ ଅନଲାଇନ୍ ଲ୍ୟାଣ୍ଡ ବ୍ୟାଙ୍କ ଆରମ୍ଭ କରିବି। ଏହି ଜମି କେତେକ ରାଜ୍ୟରେ ଉପଲବ୍ଧ। ଏପର୍ଯ୍ୟନ୍ତ 6ଟି ରାଜ୍ୟ ତଥ୍ୟ ବାଣ୍ଟିଛନ୍ତି । ଆମେ ପ୍ରାୟ 5,00,000 ହେକ୍ଟର ଜମି ଚିହ୍ନଟ କରିଛୁ । ଯାହା ଉଦ୍ୟୋଗ ପାଇଁ ଉପଲବ୍ଧ । ’’ ଏଣୁ ଜମି ବିଷୟରେ କୌଣସି ଚିନ୍ତା ଭିତ୍ତିହୀନ । ଦେଶରେ ବିଭିନ୍ନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଜମି ଉପଲବ୍ଧ ଅଛି। ”

ଦେଶର ବିଭିନ୍ନ ସ୍ଥାନରେ ଶିଳ୍ପ-କେନ୍ଦ୍ରିତ ପ୍ୟାକେଜ ପ୍ରସ୍ତୁତ କରିବା ଦିଗରେ ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟ କରୁଛି। ଶ୍ରମ ଆଇନ ସମ୍ପର୍କରେ ଗୋଏଲ କହିଛନ୍ତି ଯେ, 16-17 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ରକୁ ପ୍ରସ୍ତାବ ପଠାଇଛନ୍ତି ଏବଂ ଶ୍ରମ ମନ୍ତ୍ରଣାଳୟ ସେହି ସୁପାରିଶଗୁଡିକ ଉପରେ ଦୃଷ୍ଟି ରଖିଛି।

ଶ୍ରମ ମନ୍ତ୍ରଣାଳୟ ସେମାନଙ୍କ ମତାମତକୁ ସଂଗଠିତ କରିବାକୁ ଚେଷ୍ଟା କରୁଛି । ଯେପରି ରାଜ୍ୟ ଶ୍ରମ ଆଇନ ପରିବେଶକୁ କାର୍ଯ୍ୟକାରୀ କରିବାକୁ ଅଫର ଦେଇପାରିବ । ଏଥିରେ ଶ୍ରମିକମାନଙ୍କ ସ୍ୱାର୍ଥର ଯତ୍ନ ନେବା ସହିତ ଶିଳ୍ପଗୁଡିକ ଏହି ନିୟମକୁ କାର୍ଯ୍ୟକାରୀ କରିବାରେ ଯେପରି କୌଣସି ଅସୁବିଧା ସମ୍ମୁଖୀନ ନହୁଅନ୍ତି ସେ ନେଇ ମଧ୍ୟ ସୁନିଶ୍ଚିତ କରାଯିବ ।

ABOUT THE AUTHOR

...view details