ଓଡିଶା

odisha

ETV Bharat / business

ଭାରତର ଆର୍ଥିକ ମାଡ ଚୀନକୁ ନିୟନ୍ତ୍ରଣ କରିବ କି ? - ଭାରତ ଚୀନ ବାଣିଜ୍ୟ ଯୁଦ୍ଧ

ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଜବାବ ଦେବାକୁ ଗୋଟିଏ ପରେ ଗୋଟିଏ ଆର୍ଥିକ ଆଟାକ କରୁଛି ଭାରତ । ତେବେ କଣ ଭାରତ ଏଭଳି ବିଭିନ୍ନ ପ୍ରତିବନ୍ଧକ ଚୀନକୁ ବିଚଳିତ କରିବ ? ଅଧିକ ପଢନ୍ତୁ..

ଭାରତର ଆର୍ଥିକ ଦୂରତା ଡ୍ରାଗନ ଦେଶକୁ ନିୟନ୍ତ୍ରଣ କରିବ କି?
ଭାରତର ଆର୍ଥିକ ଦୂରତା ଡ୍ରାଗନ ଦେଶକୁ ନିୟନ୍ତ୍ରଣ କରିବ କି?

By

Published : Jul 4, 2020, 5:56 PM IST

ହାଇଦ୍ରାବାଦ: ଭାରତ ଓ ଚୀନ ସମ୍ପର୍କ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ସହ ଗଲୱାନ ଘାଟିରେ ଜୁନ 15ରେ ଘଟିଥିବା ସୀମା ସଂଘର୍ଷରେ କେଇ ଦିନ ଭିତରେ ଏକ ନୂଆ ମୋଡ ନେଇଛି । ଯାହାକି ଆଶା କରାଯାଉଥିଲା । ଏହି ରାଜନୈତିକ ଘଟଣା ବ୍ୟାପରକୁ ଗତି ଦେଇଛି । ଯାହା ଦ୍ବାରା ଭାରତ ଚୀନ ବିରୋଧରେ ବହୁମୁଖୀ (multi-pronged)ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି ।

ଭାରତ ଚୀନ ବିରୋଧରେ ବହୁମୁଖୀ ବାଣିଜ୍ୟ ଯୁଦ୍ଧ ଆରମ୍ଭ କଲାବେଳେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଘୋଷଣା କରିଛନ୍ତି ଯେ , ଚୀନ କମ୍ପାନୀଗୁଡ଼ିକୁ ଏବେ ମିଳିତ ଉଦ୍ୟୋଗ ମାର୍ଗ ମାଧ୍ୟମରେ ଭାରତୀୟ ରାଜପଥ ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ।

ସେ କହିଛନ୍ତି କି ଚୀନକୁ ଭାରତର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟେଗ କ୍ଷେତ୍ରରେ ନିବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏଥିସହ ଚୀନ ଆମଦାନୀକୁ ହ୍ରାସ କରାଯିବ । ସେହି ଦିନ ରାଷ୍ଟ୍ରାୟତ ଦୂରସଞ୍ଚାର ଅପରେଟ ବିଏସଏନଏଲ ଓ ଏମଟିଏନଏଲର ୪ଜି ସେବା ପାଇଁ ଉପକରଣ ଯୋଗାଇବାକୁ ଟେଣ୍ଡର ନେଇଥିବା ଚୀନ କମ୍ପାନୀର ଅନୁମତିକୁ ବାତିଲ କରିଥିଲା । ସମସ୍ତ ଚୀନ ଉପକରଣ କମ୍ପାନୀଗୁଡିକ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀଗୁଡିକର ଟେଣ୍ଡରରେ ଅଂଶଗ୍ରହଣ ନକରିବା ପାଇଁ ଟେଲିକମ୍ ବିଭାଗ ଚଳିତ ମାସ ଆରମ୍ଭରେ ଏହି ପଦକ୍ଷେପ ନେଇଥିଲା।

ଆଉ ନିଶ୍ଚିତ ରୂପରେ ଚଳିତ ସପ୍ତାହର ପ୍ରଥମେ ଏକ ଅଦ୍ଭୁପୂର୍ବ ପଦକ୍ଷେପ ସହ ଭାରତ ସରକାର ସୁରକ୍ଷା ଓ ଅଖଣ୍ଡତା ଚିନ୍ତା ଦର୍ଶାଇ ଲୋକପ୍ରିୟ ଆପ ଟିକଟକ ସମେତ ଚୀନର 59 ଆପକୁ ବ୍ୟାନ କରିଛନ୍ତି ।

ନୂଆଦିଲ୍ଲୀରେ ଥିବା ଅବଜରଭର୍ ରିସର୍ଚ୍ଚ ଫାଉଣ୍ଡେସନ୍ (Observer Research Foundation) ର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ପ୍ରୋଗ୍ରାମର ପ୍ରମୁଖ ହର୍ଷ ଭି ପନ୍ତ(Harsh V. Pant) କହିଛନ୍ତି କି, ଚୀନର ଆଚରଣରେ ଭାରତ ଖୁସି ନୁହେଁ ଏବଂ ଚୀନର ମୁକାବିଲା ପାଇଁ ଭାରତ କିଛି ଖର୍ଚ୍ଚ ବହନ କରିବାକୁ ବି ତୟାର ଦର୍ଶାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି।

କିନ୍ତୁ କଣ ଚୀନ ଭବିଷ୍ୟତରେ ନିଜ ଏସିଆ ପଡେୀଶୀଙ୍କ ସହ କୈଣସି ଭୂ-ରାଜନୈତିକ ବିବାଦକୁ ବଢାଇ ଭାରତୀୟ ନୀତି ପ୍ରକ୍ରିୟାକୁ ପ୍ରଭାବିତ କରିବ ? ଏ ନେଇ ପନ୍ତ କହିଛନ୍ତି ଏଭଳି ସମ୍ଭାବନା ନାହିଁ । ସେ କହିଛନ୍ତି କି, ‘‘ ମୁଁ ଭାବୁନାହିଁ ଯେ ଏହି ପଦକ୍ଷେପଗୁଡିକ ଚୀନର ଗଣିତରେ ପରିବର୍ତ୍ତନ ଆଣିବ, କିନ୍ତୁ ସେମାନେ (ଭାରତ ସରକାର) ନିଶ୍ଚିତ ଭାବରେ ଚୀନକୁ ସ୍ପଷ୍ଟ କରିଛନ୍ତି ଯେ ଯଦି ଦାବି ପୂରଣ ନ ହୁଏ ତେବେ ଭାରତ ଏହାକୁ ବୃଦ୍ଧି କରିବାକୁ ଭୟ କରେ ନାହିଁ।’’

ଏଥିସହ ଭାରତ, ଚୀନକୁ ବ୍ୟାପର ଝଟକା ଦେବାର ପରିଣାମ ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଗତ କିଛି ମାସରେ ସ୍ଥୀନୀୟ ଏମଏସଏମଇ ସେକ୍ଟରକୁ ମଜବୁତ କରିବା ପାଇଁ ପ୍ରୟାସ କରୁଛି । ଭବିଷ୍ୟତର ଅର୍ଥନୀତି ଗଠନ ଅଭ୍ୟାସରେ ଏହାର ବୋଧହୁଏ ଏକ ଭୂମିକା ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଭାଇରସ ସଙ୍କଟ ସମୟରେ ଦେଶକୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତର ମନ୍ତ୍ର ବାଣ୍ଟିଛନ୍ତି । ତେବେ ଏସବୁ ବର୍ଜନ ଦ୍ବାରା ଦେଶ ଆତ୍ମନିର୍ଭର ହୋଇପାରିବ । ହେଲେ ଏହା ଏତେ ସହଜ ନୁହେଁ ।

ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଚୀନ ଭାରତର ପ୍ରମୁଖ ବ୍ୟାପର ବୁଝାମଣା ମଧ୍ୟରୁ ଅନ୍ୟତମ । ଭାରତର ମୋଟ ରପ୍ତାନୀର 9 ପ୍ରତିଶତ ଓ ମୋଟ ଆମଦାନୀର 18 ପ୍ରତିଶତ ଗଠନ କରିଥାଏ । ଅଟୋ ଏବଂ ଫାର୍ମା ପରି ସେକ୍ଟରମାନେ ଆତ୍ମନିର୍ଭରଶୀଳତାର ଧାରଣା ଉପରେ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି । କାରଣ କାରଣ ଏହା ସେମାନଙ୍କ ଯୋଗାଣ ଶୃଙ୍ଖଳା ପାଇଁ ଏକ ଗୁରୁତର ବିପଦ ଅଟେ । ଏହା ବ୍ୟତିତ ଚୀନ ଯଦି ସମାନ ବାଣିଜ୍ୟ ପ୍ରତିବନ୍ଧକର ପ୍ରତିଶୋଧ ନେବ, ତେବେ ଏହାର ପରିଣାମ ନେଇ ମଧ୍ୟ ଚିନ୍ତା ରହିଛି।

ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, 2019 ରେ ଚୀନ ଠାରୁ ଭାରତକୁ 3.5 ବିଲିୟନ ଡଲାରର ବିପୁଳ ପରିମାଣର ଔଷଧୀୟ କଞ୍ଚାମାଲ ମିଳିଥିଲା । ଯାହାକି ମୋଟ ଆମଦାନୀ ମଧ୍ୟରୁ 67% ଅଟେ।

ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ବିଶ୍ଲେଷକ ପ୍ରତିମ ବୋଷଙ୍କ କହିବା ଅନୁଯାୟୀ, ଭାରତର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ରୂପେ ଚୀନ ସହ ବ୍ଯାପର ସମ୍ପର୍କ ଛିନ୍ନ କରିବା ନୁହେଁ । ବରଂ ବିସ୍ତାରବାଦୀ ରଣନୀତି ତ୍ୟାଗ କରିବା ଏବଂ ଆଭିମୁଖ୍ୟରେ ଅଧିକ ସ୍ୱଚ୍ଛ ହେବା ପାଇଁ ଚୀନ୍ ଉପରେ ପ୍ରଭାବଶାଳୀ ଚାପ ସୃଷ୍ଟି କରିବା ହେଉଛି ଭାରତୀୟ କାର୍ଯ୍ୟର ଉଦ୍ଦେଶ୍ୟ ।

ବୋଷ କହିଛନ୍ତି କି, ଚୀନ ସତର୍କ ରହିବ କାରଣ ଯଦି ପ୍ରସ୍ତୁତ ସାମଗ୍ରୀ ଆମଦାନୀ ପାଇଁ ଭାରତ ଚୀନ ଉପରେ ନିର୍ଭରଶୀଳ, ତେବେ କଞ୍ଚାମାଲ ପାଇଁ ଚୀନ୍ ମଧ୍ୟ ଭାରତ ଉପରେ ନିର୍ଭରଶୀଳ। ତେଣୁ ବ୍ୟବସାୟ ବନ୍ଦ କିମ୍ବା ବ୍ୟାଘାତ କରିବା କାହାର ସ୍ୱାର୍ଥରେ ନୁହେଁ।

ABOUT THE AUTHOR

...view details