ଓଡିଶା

odisha

ETV Bharat / business

ଶୀଘ୍ର ଫେରିବେ ଠକେଇମାଷ୍ଟର Nirav Modi: ବିଦେଶ ମନ୍ତ୍ରାଳୟ - Nirav Modis Early Extradition

ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦି ଭାରତ ପ୍ରତ୍ୟାପଣ ନେଇ ପ୍ରୟାସ ଜାରି ରହିଛି । ଏନେଇ କହିଛି ବିଦେଶ ମନ୍ତ୍ରାଳୟ । ଅଧିକ ପଢନ୍ତୁ..

ଶୀଘ୍ର ଫେରିବେ ଠକେଇମାଷ୍ଟର ନୀରବ ମୋଦି : ବିଦେଶ ମନ୍ତ୍ରାଳୟ
Will Continue Efforts To Pursue Nirav Modis Early Extradition: Centre

By

Published : Jun 24, 2021, 9:47 PM IST

ନୂଆଦିଲ୍ଲୀ: ଦେଶରୁ କୋଟି କୋଟି ଆତ୍ମସାତ କରି ବିଦେଶୀ ଚମ୍ପଟ ମାରିଥିବା କାରୋବାରୀଙ୍କ ସମ୍ପତ୍ତି ଜବତ ହେଉଛି । ଏଥିସହ ସେମାନଙ୍କ ଭାରତ ପ୍ରତ୍ୟାପଣ ରାସ୍ତା ବି ସଫା ହୋଇଚାଲିଛି । ଶୀଘ୍ର ଭାରତ ଫେରିବେ ପିଏନବି ଠକେଇ ମାଷ୍ଟରମାଇଣ୍ଡ ନୀରବ ମୋଦି ଓ ମେହୁଲ ଚୋକସୀ । ଏ ନେଇ ପ୍ରଚେଷ୍ଟା ଜାରି ରଖିଛି ବିଦେଶ ମନ୍ତ୍ରାଳୟ ।

ପଳାତକ ହୀରା କାରବାର ନୀରବ ମୋଦିଙ୍କ ଭାରତ ପ୍ରତ୍ୟାପଣ ବିରୋଧୀ ଅପିଲକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଛନ୍ତି । ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ବିଦେଶ ମନ୍ତ୍ରାଳୟ ଗୁରୁବାର କହିଛି କି, ପଳାତକ କାରୋବାରୀଙ୍କୁ ନ୍ୟାୟ କାଠଗଡାରେ ଠିଆ କରିବା ପାଇଁ ଭାରତ ସେମାନଙ୍କ ଶୀଘ୍ର ପ୍ରତ୍ୟର୍ପଣ ନେଇ ଉଦ୍ୟମ ଜାରି ରଖିବ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦି ଭାରତ ପ୍ରତ୍ୟାପଣ ବିରୋଧରେ ଆବେଦନ ପାଇଁ ଦାଖଲ କରିଥିବା ଅପିଲକୁ ବୁଧବାର ଖାରଜ କରିଛନ୍ତି ବ୍ରିଟେନ ହାଇକୋର୍ଟ । ଏଥିସହ ସେ ପ୍ରତ୍ୟାପଣ ବିରୋଧି ଅପିଲ ଲଢେଇର ପ୍ରଥମ ପର୍ଯ୍ୟାରେ ହାରିଛନ୍ତି । ଏବେ କେବଳ ମୌଖିକ ଶୁଣାଣୀ ପାଇଁ ନୂଆ କରି ଅପିଲ ଦାଖଲ ପାଇଁ 5 ଦିନ ସମୟ ଅଛି ।

ନୀରବ ମୋଦି ପ୍ରତ୍ୟାପଣ ବିରୋଧରେ ପଚରାଯିବା ପରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରବିନ୍ଦ ବାଗଚୀ ସାପ୍ତାହିକ ପ୍ରେସ ବାର୍ତ୍ତାରେ କହିଛନ୍ତି କି, ‘‘ ଆମେ ବ୍ରିଟେନ ହାଇକୋର୍ଟଙ୍କ ଗତକାଲିର ନିଷ୍ପତ୍ତି ଦେଖିଲୁ । ଯାହାକି ପ୍ରତ୍ୟାପଣ ଆଦେଶ ବିରୋଧୀ ନୀରବ ଅପିଲକୁ ବିରୋଧରେ ଥିଲା ।

ପ୍ରକାଶ ଯେ, ଡୋମିନିକାର ମାଜିଷ୍ଟ୍ରେଟ ଅଦାଲକ କଥିତ ଭାବେ ଅବୈଧ ଡୋମିନିକା ପ୍ରବେଶ ନେଇ ମେହୁଲ ଚୋକସୀଙ୍କ ବିରୋଧରୀ ଜୁନ 25 ଯାଏଁ ଶୁଣାଣୀ ସ୍ଥଗିତ କରିଦେଇଥିଲେ । ଗତ ସପ୍ତାହରେ ସ୍ଥାନୀୟ ମିଡିଆ ଏ ନେଇ ସୂଚନା ଦେଇଥିଲେ ।

ABOUT THE AUTHOR

...view details