ଓଡିଶା

odisha

ETV Bharat / business

ମହଙ୍ଗା ଚଡକ: ସେପ୍ଟେମ୍ବରରେ ମଧ୍ୟ ବଢିଲା WPI

ସେପ୍ଟେମ୍ବର ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି 1.32 ପ୍ରତିଶତ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ମହଙ୍ଗା ଚଡକ: ସେପ୍ଟେମ୍ବରରେ ମଧ୍ୟ ବଢିଲା WPI
ମହଙ୍ଗା ଚଡକ: ସେପ୍ଟେମ୍ବରରେ ମଧ୍ୟ ବଢିଲା WPI

By

Published : Oct 14, 2020, 12:54 PM IST

ନୂଆଦିଲ୍ଲୀ: ବଢିଲା ଚିନ୍ତା । କୋରୋନା କାଳରେ ଝଟକା ଦେଉଛି ଦରଦାମ ରିପୋର୍ଟ । ସେପ୍ଟେମ୍ବର ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି ବୃଦ୍ଧି ପାଇ 1.32 ପ୍ରତିଶତ ରହିଛି । ଯାହାକି ଅଗଷ୍ଟ ମାସର 0.16 ପ୍ରତିଶତ ଥିଲା ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ମୁତାବକ ମାସିକ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି ଲଗାତାର ଦ୍ବିତୀୟ ମାସରେ ସକରାତ୍ମକ ରହିଛି ।

ଅଗଷ୍ଟ ପୂର୍ବରୁ ଲଗାତାର 4 ମାସ ଧରି ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟପିଆଇ) ନକରାତ୍ମକ ରହିଛି । ଏପ୍ରିଲରେ (-) 1.57 , ମେ ମାସରେ (-) 3.37, ଜୁନ (-) 1.81 ଏବଂ ଜୁଲାଇରେ (-) 0.58 ପ୍ରତିଶତ ରହିଛି । ହେଲେ ଅଗଷ୍ଟ ମାସରୁ ଏହା ସକରାତ୍ମକ ରହିଆସୁଛି ।

ଯେତେବେଳେ କୌଣସି ଦେଶରେ ଦ୍ରବ୍ୟ କିମ୍ବା ସେବାର ମୂଲ୍ୟ ଅଧିକ ହୁଏ, ଏହାକୁ ମୁଦ୍ରାସ୍ଫୀତି କୁହାଯାଏ । ଉତ୍ପାଦର ମୂଲ୍ୟ ବଢିବା ସହିତ ୟୁନିଟ ପିଛା କ୍ରୟ ଶକ୍ତି ହ୍ରାସ ହୁଏ । ଆର୍ଥିକ ଏବଂ ମୁଦ୍ରା ନୀତିର ନିଷ୍ପତ୍ତି ହୋଲସେଲ ମୂଲ୍ୟ ସୂଚକାଙ୍କ ଆଧାରରେ ନିଆଯାଏ ।

ABOUT THE AUTHOR

...view details