ଓଡିଶା

odisha

By

Published : Jan 14, 2020, 2:01 PM IST

ETV Bharat / business

ପରିବା- ଡାଲି ମହଙ୍ଗା, ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବଢିଲା

ଦରବୃଦ୍ଧି ହାର 6 ବର୍ଷରେ ସର୍ବାଧିକ ହୋଇଥିଲା ବେଳେ 2019 ଡିସେମ୍ବରରେ ଡବ୍ଲ୍ୟୁପିଆଇ 2.59ରେ ପହଞ୍ଚିଛି । ପିଆଜ ଓ ଆଳୁ ଦାମ ବଢିବା ଯୋଗୁଁ ପାଇକାରୀ ମୁଦ୍ରାସ୍ପୀତି ବଢିଛି।

Wholesale price-based inflation rises 2.59% in December
ପରିବା- ଡାଲି ମହଙ୍ଗା, ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବଢିଲା

ନୂଆଦିଲ୍ଲୀ: ବଢିଲା ଚିନ୍ତା। ପରିବା, ଡାଲି ସମେତ ଖାଦ୍ୟ ସାମଗ୍ରୀ ମହଙ୍ଗା ଯୋଗୁଁ ବୃଦ୍ଧି ହେଲା ପାଇକାରୀ ମୁଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ହାର । 2019 ଡିସେମ୍ବରରେ ଡବ୍ଲ୍ୟୁପିଆଇ 2.59ରେ ପହଞ୍ଚିଛି। ମଙ୍ଗଳବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଏନେଇ ଦର୍ଶାଯାଇଛି।

ବିଶେଷ କରି ପିଆଜ ଓ ଆଳୁ ଦାମ ବଢିବା ଯୋଗୁଁ ପାଇକାରୀ ମୁଦ୍ରାସ୍ପୀତି ବଢିଛି। ନଭେମ୍ବରରେ ଏହା 0.58 ପ୍ରତିଶତ ରହିଥିଲା । ଯାହା 2018 ଡିସେମ୍ବରରେ 3.46 ପ୍ରତିଶତ ସ୍ତରରେ ଥିଲା।

ରିପୋର୍ଟ ମୁତାବକ, ଡିସେମ୍ବରରେ ଖାଦ୍ୟସାମଗ୍ରୀ ଦାମ 13.12 ପ୍ରତିଶତ ବଢିଛି । ଗୋଟିଏ ମାସ ପୂର୍ବରୁ ଅର୍ଥାତ ନଭେମ୍ବରରେ ଏଥିରେ 11 ପ୍ରତିଶତ ଅଭିବୃଦ୍ଧି ଦେଖାଦେଇଛି। ଏଭଳି ଭାବେ ଅଣ ଖାଦ୍ୟ ଉତ୍ପାଦ ଦାମ 4 ଗୁଣା ବଢି 7.72 ପ୍ରତିଶତରେ ପହଞ୍ଚିଛି । ସେହିଭଳି ନଭେମ୍ବରରେ ଏହାର ହାର 1.93 ପ୍ରତିଶତ ଥିଲା।

ପରିବା- ଡାଲି ମହଙ୍ଗା, ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବଢିଲା

ଗଣନା ଅନୁଯାୟୀ, ଏହି ମାସରେ ଖାଦ୍ୟ ସାମଗ୍ରୀ ଭିତରେ ପରିବା ଦାମ ସର୍ବାଧିକ 69.69 ପ୍ରତିଶତ ମହଙ୍ଗା ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ପିଆଜ ଓ ଆଳୁର ଦର ବୃଦ୍ଧି।

ସୋମବାର ପ୍ରକାଶ ପାଇଥିବା ଡିସେମ୍ବରର ଖୁଚୁରା ମୁଦ୍ରାସ୍ପୀତି ହାର 7.35 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ 6 ବର୍ଷରେ ଏହା ସର୍ବାଧିକ ସ୍ତର । 2014 ଜୁଲାଇରେ ଏହା 7.39 ପ୍ରତିଶତ ରହିଥିଲା । ମୁ୍ଦ୍ରାସ୍ପୀତିର ଏହି ସ୍ତର ଆରବିଆଇ ଲକ୍ଷ୍ୟରୁ ଢେର ଅଧିକ ରହିଛି।

ABOUT THE AUTHOR

...view details