ନୂଆଦିଲ୍ଲୀ: ରିୟଲ୍ଟି କମ୍ପାନୀ ଏମ୍ବେସି ଗ୍ରୁପ (realty company Embassy Group)ମାଲିକାନାର ରହିଥିବା କମ୍ପାନୀ ୱିୱାର୍କ ଇଣ୍ଡିଆ ଜୁନରେ ପ୍ରାୟ 20 ପ୍ରତିଶତ କର୍ମଚାରୀ (100ଜଣ)ଙ୍କୁ ଛଟେଇ କରିବ । ସୋମବାର ଏ ନେଇ ସୂଚନା ମିଳିଛି ।
ମିଳିଥିବା ତଥ୍ୟ ଅନୁଯାୟୀ ୱିୱାର୍କର ସିଇଓ କରଣ ଭିରୱାନି କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଇଛନ୍ତି ।
ସେ କହିଛନ୍ତି ଯେ, କମ୍ପାନୀ ପରିଚାଳନା ଖର୍ଚ୍ଚ କମ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ଏହାଦ୍ବାରା ପାଖାପାଖି 100 କର୍ମଚାରୀ ପ୍ରଭାବିତ ହେବେ । ତେବେ କମ୍ପାନୀରୁ ବାହାର କରାଯାଉଥିବା କର୍ମଚାରୀଙ୍କୁ ନୋଟିସ ଅବଧି ଆଧାରରେ ଅଲଗା ପ୍ୟାକେଜ ମଧ୍ୟ ଦିଆଯିବ ।
ଏ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଚିକିତ୍ସା ବୀମା ସୁବିଧା ଜାରି ରଖିବ । ଏହି ଲୋକଙ୍କୁ ବିନା ଶୁଳ୍କରେ ନିଜ କୋ ବ୍ୟାଙ୍କିଙ୍ଗ କେନ୍ଦ୍ର ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିବ ।