ଓଡିଶା

odisha

By

Published : Apr 22, 2020, 1:09 AM IST

ETV Bharat / business

ମାର୍ଚ୍ଚ ତ୍ରୈୟମାସ ପାଇଁ ସରକାରଙ୍କୁ 1367 କୋଟି ଦେଲେ ଭୋଡା-ଆଇଡିଆ

ଆର୍ଥିକ ସଙ୍କଟ ମଧ୍ୟରେ ଜୁଝୁଥିବା ଦୂରସଞ୍ଚାର କମ୍ପାନୀ ଭୋଡାଫୋନ ଓ ଆଇଡିଆ ମାର୍ଚ୍ଚ ତ୍ରୈୟ ମାସ ପାଇଁ ସରକାରଙ୍କପ 1367 କୋଟି ଟଙ୍କା ଦେଇଛନ୍ତି । ଅଧିକ ପଢନ୍ତୁ...

vodaidia paid rs 1367 crore to the government for the march quarter
ମାର୍ଚ୍ଚ ତ୍ରୈୟମାସ ପାଇଁ ସରକାରଙ୍କୁ 1367 କୋଟି ଦେଲେ ଭୋଡା-ଆଇଡିଆ

ନୂଆଦିଲ୍ଲୀ: ମାର୍ଚ୍ଚ ତ୍ରୈୟମାସ ପାଇଁ ଲାଇସେନ୍ସ ଓ ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ବାବଦରେ ସରକାରଙ୍କୁ ପ୍ରାୟ 1,367 କୋଟି ଟଙ୍କା ଦେଇଛି ଭୋଡାଫୋନ ଓ ଆଇଡିଆ ।

ଦୂରସଞ୍ଚାର ବିଭାଗ ଚଳିତ ସପ୍ତାହରେ ଏହି ରାଶି ପାଇଛି । ଅନ୍ୟ ଅପରେଟରମାନେ ସେମାନଙ୍କର ଦେୟ ପୂର୍ବରୁ ପୈଠ କରିସାରିଛନ୍ତି । ତେବେ ଭୋଡା-ଆଇଡିଆ ମୁଖପାତ୍ର ଏହି ପେମେଣ୍ଟ ନେଇ କିଛି କହିବାକୁ ମନା କରି ଦେଇଛନ୍ତି ।

ପ୍ରକାଶ ଯେ, ରିଲାଏନ୍ସ ଜିଓ ଓ ଭାରତୀୟ ଏୟାରଟେଲ ମାର୍ଚ୍ଚ ତ୍ରୈୟମାସ ପାଇଁ ଲାଇସେନ୍ସ ଶୁଳ୍କ ଓ ଏସୟୁସି ବାବଦରେ କ୍ରମଶଃ 1600 କୋଟି ଟଙ୍କା ଓ 1440 କୋଟି ଟଙ୍କା ସରକାରଙ୍କ ପ୍ରଦାନ କରିଛନ୍ତି ।

ABOUT THE AUTHOR

...view details