ଓଡିଶା

odisha

ETV Bharat / business

ଆସନ୍ତା 5ରୁ ଭାରତ-ବାଂଲାଦେଶ ମଧ୍ୟରେ ଭିସ୍ତାରାର ବିମାନ ସେବା - air bubble pact

ଭିସ୍ତାରା ନଭେମ୍ବର 5 ରୁ ଭାରତ ଓ ବାଲାଂଦେଶ ମଧ୍ୟ ଉଡାଣ ଆରମ୍ଭ କରିବ । ନୂଆଦିଲ୍ଲୀରୁ ଢାଙ୍କା ମଧ୍ୟରେ ହେବ ନନଷ୍ଟପ ଉଡାଣ । ଅଧିକ ପଢନ୍ତୁ...

ଆସନ୍ତା 5ରୁ ଭାରତ- ବାଂଲାଦେଶ ମଧ୍ୟରେ ଭିସ୍ତାରାର ବିମାନ ସେବା
ଆସନ୍ତା 5ରୁ ଭାରତ- ବାଂଲାଦେଶ ମଧ୍ୟରେ ଭିସ୍ତାରାର ବିମାନ ସେବା

By

Published : Oct 28, 2020, 7:14 PM IST

ନୂଆଦିଲ୍ଲୀ: ଘରୋଇ ସେକ୍ଟରର ବିମାନ କମ୍ପାନୀ ଭିସ୍ତାରା ନଭେମ୍ବର 5 ରୁ ଭାରତ ଓ ବାଲାଂଦେଶ ମଧ୍ୟ ଉଡାଣ ଆରମ୍ଭ କରିବ । କମ୍ପାନୀ ଏହାର ଆରମ୍ଭ 2 ଦେଶ ମଧ୍ୟରେ ଦ୍ବିପାକ୍ଷିକ ଉଡାଣ ଚୁକ୍ତି ( ଏୟାର ବବଲ ପେକ୍ଟ ) ଅଧିନରେ କରିବ ।

ଭିସ୍ତାରାର ଏହି ଘୋଷଣାର ଗୋଟିଏ ଦିନ ପୂର୍ବରୁ ସ୍ପାଇସଜେଟ ମଧ୍ୟ ବାଂଲାଦେଶ ପାଇଁ 8 ଉଡାଣ ଆରମ୍ଭ ପାଇଁ ଘୋଷଣା କରିଥିଲା । ଏଥିରେ ଚଟଗାଓ , ଢାଙ୍କା ଇତ୍ୟାଦି ଉଡାଣ ସାମିଲ ଅଛି ।

ଭିସ୍ତାରା ମଙ୍ଗଳବାର ଏକ ବିଜ୍ଞପ୍ତିରେ କହିଛି କି, ଏହା 2 ଦେଶର ରାଜଧାନୀ ଅର୍ଥାତ ନୂଆଦିଲ୍ଲୀ ଓ ଢାକା ମଧ୍ୟରେ ନଭେମ୍ବର 5ରୁ ନନଷ୍ଟପ ଉଡାଣ ଆରମ୍ଭ କରିବ । ଏହା ସପ୍ତାହରେ 2 ଦିନ ଗୁରୁବାର ଓ ରବିବାରକୁ ଉଡାଣ ଭରିବ । ଏଥିପାଇଁ ଏୟାରବସ ଏ320 ନିୟୋ ବିମାନର ଉପଯୋଗ କରାଯିବ ।

କୋଭିଡ-19 କାଳରେ ଅନ୍ତର୍ଜାତୀୟ ଉଡାଣ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ କ ରହିଛି । ଏଭଳି ସ୍ଥିତିରେ ଅନେକ ଦେଶ ନିଜ ସୁବିଧା ଓ ଆବଶ୍ୟକତା ଅନୁସାରେ ଦ୍ବିପାକ୍ଷିକ ବିଶେଷ ଉଡାଣ ଚୁକ୍ତି କରିଛନ୍ତି ।

କମ୍ପାନୀର ସିଇଓ ଲେସ୍ଲି ଥେଙ୍ଗ କହିଛନ୍ତି ୟେ, ଆମେ ନିଜର ଅନ୍ତରାଷ୍ଟ୍ରୀୟ ନେଟୱର୍କର ବିସ୍ତାରା କରି ଖୁସି ଅଛୁ । ଏହି ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଆମେ ଲଗାତାର ଆମର ବୈଶ୍ବିକ କ୍ଷମତା ବଢାଉଛୁ । ଏହା ପୂର୍ବରୁ ବେସମାସିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ଅକ୍ଟୋବର 17 ରେ ଟ୍ବିଟ କରି ଘୋଷଣା କରିଥିଲେ କି ଭାରତ-ବାଂଲାଦେଶ ମଧ୍ୟରେ ପ୍ରତି ସପ୍ତାହରେ 18 ଉଡାଣ ପରିଚାଳନା ହେବ ।

ABOUT THE AUTHOR

...view details