ଓଡିଶା

odisha

By

Published : May 5, 2020, 10:24 PM IST

ETV Bharat / business

ବିନା ଦରମାରେ ମାସକୁ 4 ଦିନ ଛୁଟିରେ ଯିବେ ଭିସ୍ତରା ବରିଷ୍ଠ କର୍ମଚାରୀ

ଭିସ୍ତରା ବରିଷ୍ଠ କର୍ମଚାରୀମାନେ ମେ ଓ ଜୁନ ମାସରେ 4-4 ଦିନ ଛୁଟିରେ ଯିବା ବାଧ୍ୟତାମୂଳକ । ଆଉ ଏହି ସମୟରେ ସେମାନଙ୍କୁ ଦରମା ମଧ୍ୟ ମିଳିବନି । ଆର୍ଥିକ ସଙ୍କଟର ମୁକାବିଲା ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

Vistara announces leave without pay
ବିନା ଦରମାରେ ମାସକୁ 4 ଦିନ ଛୁଟିରେ ଯିବେ ଭିସ୍ତରା ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ: ମେ ଓ ଜୁନ ମାସରେ 4-4 ଦିନ ପାଇଁ ବରିଷ୍ଠ କର୍ମଚାରୀଙ୍କୁ ଛୁଟିରେ ପଠାଇବ ଭିସ୍ତରା ଏୟାରଲାଇନ୍ସର । ଆଉ ଏହି ସମୟରେ ତାଙ୍କୁ ଦରମା ମଧ୍ୟ ଦିଆଯିବନି । କମ୍ପାନୀର ନଗଦ ପ୍ରବାହକୁ ବଜାୟ ରଖିବା ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଲେସଲି ଥଙ୍ଗ ମଙ୍ଗଳବାର ଏ ନେଇ ଘୋଷଣା କରିଛନ୍ତି ।

ଏ ସମ୍ବନ୍ଧରେ ଥଙ୍ଗ କମ୍ପାନୀର କର୍ମଚାରୀଙ୍କୁ ଇମେଲ ପଠାଇଛନ୍ତି । ଏ ନେଇ ଗଣମାଧ୍ୟମରେ ପ୍ରକାଶ କରାଯାଇଛି । ପ୍ରକାଶ ଯେ, କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିପାଇଁ ମାର୍ଚ୍ଚ 25ରୁ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି ।

ଉଡାଣ ସେବା ବାତିଲ ଯୋଗୁଁ ବୈଶ୍ବିକ ବିମାନ ସେକ୍ଟରକୁ ବିପୁଳ ମାତ୍ରାରେ କ୍ଷତି ସହିବାକୁ ପଡୁଛି । ଏପଟେ ଆୟ ନଥିବାରୁ କମ୍ପାନୀ ଉପରେ ଗଭୀର ପ୍ରଭାବ ପଡିଛି । କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହେଉଛି । ଏଥିଯୋଗୁଁ ଏପ୍ରିଲ ମାସରେ ବିନା ଦରମାରେ କର୍ମଚାରୀଙ୍କୁ 6 ଦିନ ପାଇଁ ଛୁଟିରେ ପଠାଯାଇଥିଲା ।

ABOUT THE AUTHOR

...view details