ଓଡିଶା

odisha

ପେଟ୍ରୋଲ-ଡିଜେଲ ଗାଡିକୁ ବାଏ ବାଏ, ନ୍ୟୁ-ଇଣ୍ଡିଆରେ ଗଡିବ ଇଲେକ୍ଟ୍ରିକ ଗାଡି

By

Published : Jul 29, 2019, 4:47 PM IST

ଆଗାମୀ ଦିନରେ ରାସ୍ତାରେ ଗଡିବ ଇଲେକ୍ଟ୍ରିକ ଯାନବାହାନ । କିଛି ଘଣ୍ଟାର ଚାର୍ଜିଙ୍ଗରେ ଚିନ୍ତାଶୂନ୍ୟ ହେବ ଯାତ୍ରା । ଏଥି ସହ ପରିବେଶ ପ୍ରଦୂଷଣ ମୁକ୍ତ ଓ ବର୍ଦ୍ଧିତ ତେଳ ଦର ଟେନସନରୁ ମିଳିବ ଆଶ୍ବସ୍ଥି। ଖାସ ଏଥିଲାଗି ଇଲେକ୍ଟ୍ରିକ ଯାନ ବିକ୍ରିକୁ ଅଧିକ ପ୍ରୋତ୍ସାହିତ କରିବାକୁ ସରକାର ଦେଉଛନ୍ତି ବଡ ରିହାତି ।

ଡିଜାଇନ ଫଟୋ


ନୂଆଦିଲ୍ଲୀ: ତେଲ ଭରିବା ଝିନଝଟରୁ ମିଳିବ ମୁକ୍ତି । ପ୍ରଦୂଷଣ ମୁକ୍ତ ହେବ ପରିବେଶ । କାରଣ ନ୍ୟୁ ଇଣ୍ଡିଆରେ ପେଟ୍ରୋଲ-ଡିଜେଲ କାର ଜମାନାରେ ପଡିବାକୁ ଯାଉଛି ଯବନିକା । ତେବେ କଣ ଆପଣଙ୍କ ଆଗମୀ କାର ଇଲେକ୍ଟ୍ରିକ କାର ହେବ କି ? ହଁ ସରକାର ବି ଏହା ଚାହାନ୍ତି । ଖାସ ଏଇଥିପାଇଁ ତ ଜିଏସଟି ପରିଷଦ ମଧ୍ୟ ଇ-ଯାନ ଉପରେ ଭାରୀ ରିହାତି ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ଶସ୍ତାରେ ମିଳିବ ଇଲେକ୍ଟ୍ରିକ ଯାନ । ଏହି ନୂଆ ନିୟମ ଆଗମୀ 1ରୁ ଲାଗୁ ହେବ ।


ଅଟୋ ମୋବାଇଲ ସେକ୍ଟରେ ମାଇଲ ଷ୍ଟୋନ ହେବ ଇ-ଯାନ । ଯେପରି ଭାରତକୁ ଇ-ଯାନ ନିର୍ମାଣ ହବ ଭାବେ ନିବେଶର ଜରିଆ ହେବ । ଏଥିଲାଗି ଅଣ୍ଟା ଭିଡିଛନ୍ତି ସରକାର । ଜିଏସଟି ପରିଷଦର 36ତମ ବୈଠକରେ ଇ-ଯାନ ଉପରୁ ଜିଏସଟି ସ୍ଲାବକୁ 12 ହ୍ରାସ କରି 5 ପ୍ରତିଶତ କରିଛନ୍ତି । ଅର୍ଥାତ ଏଣିକି ଇ-ଯାନ କ୍ରୟ ଉପରେ ମାତ୍ର 5 ପ୍ରତିଶତ ଜିଏସଟି ଲାଗିବ । ସେହିପରି ଇ-ଯାନ ଚାର୍ଜିଙ୍ଗ ଉପରେ ମଧ୍ୟ ଜିଏସଟି 18ରୁ କମ କରି 5 ପ୍ରତିଶତ କରାଯାଇଛି । ଏହା ବ୍ୟତୀତ ପରିବହନ ସଂସ୍ଥାନ ଦ୍ବାରା ବିନା ଜିଏସଟିରେ ଇ-ଯାନ ଭଡାରେ ମିଳିବ ।


ଏହା ପୂର୍ବରୁ ବଜେଟରେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇ-ଯାନ କ୍ରୟକୁ ପ୍ରୋତ୍ସାହନ ଦେବାକୁ ଏଥିରେ କର ରିହାତି ଘୋଷଣା କରିଥିଲେ। ଇଲେକ୍ଟ୍ରିକ କାର କ୍ରୟ ଉପରେ ଆୟକରରେ 1.5 ଲକ୍ଷର ଅତିରିକ୍ତ ରିହାତି ଦିଆଯିବ । ଏହା ଇ-ଯାନ ଉପରେ ନିଆଯାଇଥିବା ଲୋନର ସୁଧ ଉପରେ ଦିଆଯିବ । ଏପରି କରିବା ସହ ଇ-ଯାନ ବିକ୍ରିକୁ ବୃଦ୍ଧି କରିବା ଲାଗି ଆସନ୍ତା 2 ବର୍ଷ ପାଇଁ ବଜେଟରେ 10 ହଜାର କୋଟିର ବ୍ୟୟବରାଦ କରାଯାଇଛି । ଏଥିରୁ 1 ହଜାର କୋଟି କେବଳ ସମଗ୍ର ଦେଶରେ ଇ-ଯାନ ଚାର୍ଜିଂ ଷ୍ଟେସନ ଖୋଲିବା ଲାଗି ଖର୍ଚ୍ଚ କରାଯିବ । କେବଳ କାର ନୁହେଁ 2 ଚକିଆ ସ୍କୁଟି ପାଇଁ ମଧ୍ୟ ସବସିଡିର ବ୍ୟବସ୍ଥା ରହିଛି । 1.5 ଲକ୍ଷରୁ କମ ଇଲେକ୍ଟ୍ରିକ 2 ଚକିଆ ଉପରେ 10 ହଜାର , 5 ଲକ୍ଷର 2 ଚକିଆ ଇ-ଯାନ ଉପରେ 50 ହଜାର ଓ 15ଲକ୍ଷର ଇଲେକ୍ଟ୍ରିକ କାର ଉପରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ସବସିଡ ମିଳିବ।

ନିକଟରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇରେ 10 କିଲୋମିଟରର ଇଲେକ୍ଟ୍ରିକ ହାଇୱେ ତିଆରି ପାଇଁ ପ୍ରୟାସ ଆରମ୍ଭ କରାଯିବ। କିନ୍ତୁ ଏଥିପାଇଁ 2ରୁ 3 ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ ।

ଇ-ଯାନ ସହ ଜଡିତ କିଛି ରୋଚକ ତଥ୍ୟ

  • ଭାରତରେ ଅଟୋ ମୋବାଇଲ ବଜାରରେ କେବଳ 0.06 ପ୍ରତିଶତ ଇ-ଯାନ ହୋଇଥାଏ । କିନ୍ତୁ ଚୀନରେ ଏହା 2 ଓ ନରୱେରେ 39 ପ୍ରତିଶତ ରହିଛି ।
  • ପୂରା ବିଶ୍ବରେ 2008ରେ କେବଳ 2000 ଇ-ଯାନ ବିକ୍ରି ହୋଇଥିଲା ବେଳେ 2017ରେ ଏହା ବୃଦ୍ଧି ପାଇ 10 ଲକ୍ଷ ରହିଛି ।
  • ବିଶ୍ବ ବ୍ୟାପି ମୋଟ 30 ଲକ୍ଷ ଚାର୍ଜିଂ ଷ୍ଟେସନ ହୋଇଛି ।
  • ଭାରତରେ ଇ-ଯାନ ଗାଡି ପାଇଁ ଆସନ୍ତା 3 ବର୍ଷରେ 4 ଅରବ ଡଲାରର ନିବେଶ ଆବଶ୍ୟକ ବୋଲି ନୀତି ଆୟୋଗ ପରାମର୍ଶଦାତା କହିଛନ୍ତି ।

ABOUT THE AUTHOR

...view details