ଓଡିଶା

odisha

By

Published : May 8, 2020, 11:43 PM IST

ETV Bharat / business

ଉତ୍ତରପ୍ରଦେଶରେ 3 ବର୍ଷ ପାଇଁ ଶ୍ରମ ଆଇନ ଛାଡ ନିଷ୍ପତ୍ତି

କୋଭିଡ-19 ମହାମାରୀ ପ୍ରଭାବରେ ଗୁରୁତର ଶିଳ୍ପସଂସ୍ଥା । ଏହାକୁ ସାହାଯ୍ୟ ଲକ୍ଷ୍ୟରେ ଆସନ୍ତା 3 ବର୍ଷ ପାଇଁ ଶ୍ରମ ଆଇନ ଛାଡ ନେଇ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ଅଧିକ ପଢନ୍ତୁ...

exempt labor laws for three years
ଉତ୍ତରପ୍ରଦେଶରେ 3 ବର୍ଷ ପାଇଁ ଶ୍ରମ ଆଇନ ଛାଡ ନିଷ୍ପତ୍ତି

ଲକ୍ଷ୍ନୌ: କୋଭିଡ-19 ମହାମାରୀ ପ୍ରଭାବରେ ଗୁରୁତର ଶିଳ୍ପସଂସ୍ଥା । ଏହାକୁ ସାହାଯ୍ୟ ଲକ୍ଷ୍ୟରେ ଆସନ୍ତା 3 ବର୍ଷ ପାଇଁ ଶ୍ରମ ଆଇନ ଛାଡ ନେଇ ନିଷ୍ପତ୍ତି ନେଇଛନ୍ତି ଉତ୍ତରପ୍ରଦେଶ ସରକାର ।

ରାଜ୍ୟସରକାରଙ୍କ ପ୍ରବକ୍ତା ଏ ନେଇ କହିଛନ୍ତି ଯେ, ସରକାର ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି । ଯେଉଁଥିରେ କୋରୋନା ଭାଇରସ ସଂକ୍ରମଣ ପରେ ପ୍ରଭାବିତ ଅର୍ଥବ୍ୟବସ୍ଥା ଓ ନିବେଶକୁ ପୁନର୍ଜୀବିତ କରିବା ପାଇଁ ଉଦ୍ୟୋଗକୁ ଶ୍ରମ ଆଇନରୁ ମୁକ୍ତି ଦେବାକୁ ବ୍ୟବସ୍ଥା ରହିଛି ।

ରାଷ୍ଟ୍ରବ୍ୟାପି ତାଲାବନ୍ଦ ଯୋଗୁଁ ବ୍ୟାପର ଓ ଆର୍ଥିକ ଗତିବିଧି ଠପ ହୋଇଯାଇଛି । ଏଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ନିବେଶ ପାଇଁ ସୁଯୋଗ ସୃଷ୍ଟି ତଥା ଔଦୌଗିକ ଏବଂ ଆର୍ଥିକ ଗତିବିଧିକୁ ଗତି ପ୍ରଦାନ କରିବା ଆବଶ୍ୟକତା ରହିଛି । ତେବେ ମହିଳା ଓ ଛୁଆଙ୍କ ସହ ଜଡିତ ଶ୍ରମ ଆଇନ ବ୍ୟବସ୍ଥା ଲାଗୁ ରହିବ ।

ABOUT THE AUTHOR

...view details