ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାରଙ୍କ ପଞ୍ଚମ ବଜେଟ ବିଧାନରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଆଗତ କରିଛନ୍ତି । ପ୍ରଥମ ଥର ପାଇଁ ଆର୍ଥିକ ବର୍ଷ 2021-22ର ବଜେଟ ପେପରଲେସ ରହିଛି । 5.50 କୋଟି ଟଙ୍କାର ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଖାନ୍ନା ରାଜ୍ୟକୁ ଆତ୍ମନିର୍ଭର ତଥା ସର୍ବାଙ୍ଗ ବିକାଶ କରିବାକୁ ଆହ୍ବାନ ଦେଇଛନ୍ତି । ଚାଷୀଙ୍କୁ ପେସନ ଦେବା ପାଇଁ 3,100 କୋଟି ଟଙ୍କା ଆବଣ୍ଟନ ହୋଇଛି ।
ବଜେଟ ମୁଖ୍ୟାଂଶ -
ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମ ଏୟାରପୋର୍ଟ ପାଇଁ 101 କୋଟି ଟଙ୍କାର ଆବଣ୍ଟନ ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି କି ଅଯୋଧ୍ୟାରେ ନିର୍ମାଣଧୀନ ବିମାନବନ୍ଦର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର ହେବ । ଉଡାଣ ଯୋଜନା ଅଧିନରେ ରାଜ୍ୟରେ 4 ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ହେବ ।