ୱାସିଂଟନ: ଚୀନର ଟେଲିକମ ଟେକ୍ନୋଲୋଜି କମ୍ପାନୀ ହୁୱାଇ ଉପରେ ପ୍ରତିବନ୍ଧକ ବଢାଇଛି ଆମେରିକା । ଯେପରି ଏହା ଆମେରିକା ସହ କାରବାର କରିପାରିବ ନାହିଁ । ତେବେ ଆମେରିକାର ଏହି ସଦ୍ୟ କାର୍ଯ୍ୟାନୁଷ୍ଠାନରେ ହୁୱାଇର ଭାରତ ୟୁନିଟ ଓ ଅନ୍ୟାନ୍ୟ ବିଦେଶୀ ସହାୟକ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।
ହୁୱାଇ ଇଣ୍ଡିଆ ଉପରେ ଆମେରିକାର ପ୍ରତିବନ୍ଧକ - ହୁୱାଇ
ଆମେରିକା ନିଜ ରପ୍ତାନୀ ନିୟନ୍ତ୍ରଣ ସୂଚୀରେ ହୁୱାଇ ଇଣ୍ଡିଆକୁ ସାମିଲ କରିଛି । ଏବେ ଏହା ଆମେରିକା ସହ କାରବାର କରିପାରିବ ନାହିଁ । ଅଧିକ ପଢନ୍ତୁ..,
ଚୀନର ନେତୃତ୍ବ 5G ଟେକ୍ନୋଲୋଜିରେ ସଫଳତା ପାଇଁ ଜଣାଶୁଣା ଏହି କମ୍ପାନୀର ବ୍ୟବହାର ନିଜ ସାମାରିକ ଉଦ୍ଦେଶ୍ୟ ପାଇଁ କରୁଛି ବୋଲି ଟ୍ରମ୍ପ ସରକାର ଅନୁମାନ କରୁଛନ୍ତି । ମଙ୍ଗଳବାର ଆମେରୀକାର ସଂଘୀୟ ପଞ୍ଜିକାରେ ଜାରି ଏକ ବିଜ୍ଞପ୍ତିରେ ହୁୱାଇ ଓ ଆମେରିକା ବାହାରେ ଥିବା ଆନୁସଙ୍ଗୀ କମ୍ପାନୀକୁ କଟକଣା ସୂଚୀରେ ରଖାଯାଇଛି ।
ଆମେରିକା ପ୍ରଶାସନ କହିଛି ଯେ, ଏହି ୟୁନିଟଗୁଡିକର କାର୍ଯ୍ୟକଳାପ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଏବଂ ଏହାର ବୈଦେଶିକ ନୀତି ପାଇଁ ଏକ ବଡ଼ ବିପଦ । ଏହି କମ୍ପାନୀଗୁଡିକର ତାଲିକାରେ ହୁୱେୱେ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାଁ ମଧ୍ୟ ରହିଛି।