ୱାଶିଂଟନ: ଭାରତରେ ଆମେରିକାର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ)ର ପରିମାଣ ଏ ବର୍ଷ ଏବେ ସୁଦ୍ଧା 40 ଅରବ ଡଲାର ସ୍ତର ପାର କରିଛି । ଭାରତ କେନ୍ଦ୍ରୀକ ବିଜନେସ ଆଡଭୋକେସି ଗୋଷ୍ଠୀ ର କହିବା ଅନୁଯାୟୀ, ଏହା ଦେଶ ପ୍ରତି ଆମେରିକୀୟ କମ୍ପାନୀଗୁଡିକର ବିଶ୍ବାସକୁ ପ୍ରତିଫଳିତ କରୁଛି।
ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ଏବଂ ପାର୍ଟନରସିପ୍ ଫୋରମ୍ (USISPF)ର ସଭାପତି ମୁକେଶ ଅଘୀ କହିଛନ୍ତି କି, କୋଭିଡ-19 ମହାମାରୀ ମଧ୍ୟରେ ଆମେରକୀୟ କମ୍ପାନୀ ଭାରତ ପ୍ରତି ବହୁତ ଭରସା ଦେଖାଇଛନ୍ତି । ଯେତେବଳେ କି ଏହି ସମୟ ମଧ୍ୟରେ ଦୁନିଆର ଅର୍ଥବ୍ୟବସ୍ଥାର ଗଭୀର ଭାବେ ପ୍ରଭାବିତ ହୋଇଛି । USISPF ଭାରତରେ ଆମେରିକା ପକ୍ଷରୁ ବଡ ଏଫଡିଆଇ ଉପରେ ନଜର ରଖିଥାଏ ।