ଓଡିଶା

odisha

By

Published : Aug 27, 2019, 2:45 PM IST

ETV Bharat / business

ଭାରତକୁ ନାହିଁ ଟ୍ରେଡୱାର ଟେନସନ, ପ୍ରଭାବିତ ହେବନି ରପ୍ତାନୀ

ଆମେରିକା- ଚୀନ ଟ୍ରେଡୱାର ଭାରତ ରପ୍ତାନୀକୁ ପ୍ରଭାବିତ କରିବ ନାହିଁ ବୋଲି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ ରପ୍ତାନୀକୁ ପ୍ରଭାବିତ କରିବ ନାହିଁ ଆମେରିକା- ଚୀନ ଟ୍ରେଡୱାର । କାରଣ ସମଗ୍ର ବିଶ୍ବ ବ୍ୟାପରରେ ଭାରତ ରପ୍ତାନୀ ମାତ୍ର 2 ପ୍ରତିଶତ । ଏଣୁ ଏନେଇ ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ।

ଧୀମା ଅର୍ଥନୀତିକୁ ଦ୍ରୁତ ବେଗରେ ଗତିଶୀଳ କରିବାକୁ ସରକାର ଯେଉଁ ମେଗା ପ୍ୟାକେଜର ଘୋଷଣା କରିଛନ୍ତି । ସେଥିରୁ ଅନୁମେୟ ବିକାଶଶୀଳ ଅର୍ଥବ୍ୟବସ୍ଥାର ଉପଲବ୍ଧି । ତେବେ ବର୍ତ୍ତମାନ ସମୟରେ ସରଞ୍ଚନାତ୍ମକ ସୁଧାର ଉପରେ ଧ୍ୟାନ ଦେବା ଜରୁରୀ ହୋଇପଡିଛି । ତେବେ ରପ୍ତାନୀକୁ ବୃଦ୍ଧି କରିବାକୁ ହେଲେ ପ୍ରଥମେ ଉତ୍ପାଦକ ଅଭିବୃଦ୍ଧି ନେଇ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ସୁବ୍ରମଣ୍ୟମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


ଏଥିସହ ସେ ଜଣାଇଛନ୍ତି ଯେ, ଆମେରିକା ଓ ଚୀନ ମଧ୍ୟରେ କଥାବାର୍ତ୍ତା ହୋଇପାରେ । ସମ୍ଭବତଃ ଏହି ବୈଠକରେ କୌଣସି ସଫଳତା ହାତରେ ଲାଗିପାରେ । ଗତ ସପ୍ତାହରେ ମାନ୍ଦା ଅର୍ଥନୀତିରେ ସୁଧାର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବହୁ ଉନ୍ନତମୂଳକ ଘୋଷଣା କହିଛନ୍ତି । ଏଥିରେ ସୁପର ରିଚଙ୍କ ଉପରେ ଲାଗୁ ଥିବା ବର୍ଦ୍ଧିତ କରକୁ ହ୍ରାସ କରାଯାଇଛି । ଯାହା ଫଳରେ ବିଦେଶୀ ଓ ଘରୋଇ ସେୟାର ନିବେଶକ ବୃଦ୍ଧି ପାଇବ । ଏଥିସହ ଷ୍ଟାର୍ଟଅପ ଉପରୁ ଏଞ୍ଜଲ ଟ୍ୟାକ୍ସ ମଧ୍ୟ ହଟାଇଦିଆଯାଇଛି ।

ABOUT THE AUTHOR

...view details